ବଲାଙ୍ଗୀର : ଏସଟିଏଫ୍ ହାତରେ ଧରାପଡ଼ିଲା ହାତୀ ଦାନ୍ତ ଚୋରା ଚାଲଣକାରୀ। ବଲାଙ୍ଗୀର ଜିଲ୍ଲା ଗୁଡଭେଲାରେ ଡିଲ୍ ବେଳେ ଏସଟିଏଫ୍ ଓ ବନ ବିଭାଗ ପଞ୍ଝାରେ ପଡ଼ିଯାଇଥିଲେ ଏହି ଶିକାରୀ ଜଣକ। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ବିପୁଲ ବାଗ। ବିପୁଲ ଠାରୁ ୯ କେଜି ଓଜନ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ। ୨୦୨୧ରୁ ଆଜି ପର୍ଯ୍ୟନ୍ତ୨୧ଟି ବାଘ ଛାଲ ,୧୨ଟି ହାତୀ ଦାନ୍ତ.୨ ଟି ହରିଣ ଛାଲ ଏବଂ ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ଓଜନର ବଜ୍ରକାପ୍ତା କାତି ତବତ କରିବା ସହ ୪୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍।