୫୦୦ କୋଟିର ଠକକୁ ଗିରଫ କଲା ଇଓଡବ୍ଲୁ

Top Storise ରାଜ୍ୟ

ବ୍ରହ୍ମପୁର: ୫୦୦ କୋଟିର ଠକ ଗିରଫ ।  ୫୦୦କୋଟି ଟଙ୍କା ଠକେଇ ଅଭିଯୋଗରେ ସକସେସ୍ ଅନଲାଇନ ସର୍ଭିସ ସିଷ୍ଟମ (ଏସଓଏସଏସ) ଚିଟଫଣ୍ଡ କମ୍ପାନିର ଆଞ୍ଚଳିକ ନିର୍ଦ୍ଦେଶକ ଗିରଫ । ଗଞ୍ଜାମର ବ୍ରହ୍ମପୁରରୁ ଅଭିଯୁକ୍ତ ଆଞ୍ଚଳିକ ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକଙ୍କୁ ଇଓଡବ୍ଲୁ ଦ୍ବାରାଗିରଫ କରାଯାଇଛି।

୨୦୧୬ରେ ‌ଏନେଇ ଇଓଡବ୍ଲୁ ପୁଲିସ ଷ୍ଟେସନ‌ରେ ଅଭିଯୋଗ କରାଯାଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ଇଓଡବ୍ଲୁ। ଅଭିଯୋଗକାରୀ ପର୍ଶୁରାମ ବେହେରା ଏସଓଏସଏସ କମ୍ପାନି ନାଁରେ ଠକେଇ ଅଭିଯୋଗ ଆଣିବା ପରେ ତଦନ୍ତ ଆରମ୍ଭ କରାଯାଇଥିଲା ବୋଲି ଜଣାପଡ଼ିଛି ।

ୟୁପିର ଗାଜିଆବାଦରେ ଥିବା ବସୁନ୍ଧରାରେ ଏସଓଏସଏସର ମୁଖ୍ୟ ଅଫିସ ରହିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ଏହାର ଶାଖା ଖୋଲି ଲୋକଙ୍କୁ ଲୁଟୁଥିଲା କମ୍ପାନି। ଓଡ଼ିଶାର ଗଞ୍ଜାମ ଜିଲ୍ଲରେ ଥିବା ବ୍ରହ୍ମପୁରର ଲୋଚାପଡ଼ାରେ ଏସଓଏସଏସର ଶାଖା ଖୋଲାଯାଇଥିବା ବେଳେ ଏହାର ଆଞ୍ଚଳିକ ନିର୍ଦ୍ଦେଶକ ଥିଲେ ନିଖିଳାନନ୍ଦ ପଶୁପାଳକ।

ବୀମା ସେବା, ସେୟାର ମାର୍କେଟିଂ, ଜମିଜମା କାରବାରର ସେବା ଯୋଗାଇ ଦେବାକୁ କହି ଲୋକଙ୍କୁ ଠକିଥିଲା ଏସଓଏସଏସ। ଏସଓଏସଏସ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦୦କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *