Extra martial affairs After the encounter

ସ୍ତ୍ରୀ ସହ ସମ୍ପର୍କ ପାଇଁ ଦେଇଥିଲେ ସୁପାରି ବନ୍ଧାହେଲେ କିଲ୍ଲର ଓ ମାଷ୍ଟରମାଇଣ୍ଡ

Top Storise ଅପରାଧ ରାଜ୍ୟ

ଭୁବନେଶ୍ବର : ଗତକାଲି ମଧ୍ୟରାତ୍ରିରେ ରାଜଧାନୀରେ କୁଖ୍ୟାତ ଅପରାଧି ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କରି ଗିରଫ କରିଛି। ପୋଲିସର ସୂଚନା ମୁତାବକ ସେ ଜଣେ ସୁପାରି କିଲ୍ଲର। ଟଙ୍କା ନିଏ ଟାର୍ଗେଟ ଅନୁଯାୟୀ ରାସ୍ତା ସଫା କରେ। ତେବେ ପ୍ରଶ୍ନ ଉଠୁଛି ଗତକାଲି କାହିଁକି ସେ ଭୁବନେଶ୍ବର ଆସିଥିଲା। ଆଉ ପୋଲିସ କାହିଁକି ତାକୁ ଏନକାଉଣ୍ଟର କଲା। ଏନେଇ ଆମ ଟିମ ପଚରା ଉଚରା କରିବାରୁ ସ୍ପଷ୍ଠ ହେଲା ପରକିୟା ପ୍ରୀତି ପାଇଁ ଘଟିଛି ଏହି ଏନକାଉଣ୍ଟର୍।

ପୋଲିସର ସୂଚନା ମୁତାବକ, ୨୦୨୨ରେ ଅନିତା ମହାରଣା ନାମି ଜଣେ ମହିଳା ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ, ତାଙ୍କ ସ୍ଵାମୀ ରମାକାନ୍ତ ମହାରଣା ନିଜ ଗହଣା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ସେ ଗୁରୁତର ମଧ୍ଯ ହୋଇଥିଲେ। ଯାହାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଘଟଣାରେ ଅନ୍ୟଜଣେ ମହିଳା ବିଜୟଲକ୍ଷ୍ମି ସ୍ଵାଇଁଙ୍କର ଉପସ୍ଥିତି ପାଇଥିଲା ପୋଲିସ। ଯିଏ କି ରମାକାନ୍ତ ମହାରଣାଙ୍କର ଘନିଷ୍ଠ ବାନ୍ଧବୀ ଥିଲେ। ଯାହା କି ତାଙ୍କ ସ୍ଵାମୀ ଭାଗୀରଥୀ ସ୍ଵାଇଁ ଙ୍କ ଦେହରେ ଯାଉ ନଥିଲା। ସେ ବାରମ୍ବାର ତାଙ୍କୁ ଦୁରେଇ ରହିବାକୁ ତାଗିଦ୍ କରିଥିଲେ। ଏବଂ ଦରକାର ପଡିଲେ ଉଭୟଙ୍କୁ ସବୁଦିନ ପାଇଁ ଶେଷ କରିବାକୁ ଧମକ ଦେଇଥିଲେ।

ରମାକାନ୍ତଙ୍କୁ ନିଜ ସ୍ତ୍ରୀ ପାଖରୁ ଦୂରେଇବା ପାଇଁ ସେ ସୁପାରି କିଲ୍ଲର ତଥା କୁଖ୍ୟାତ ଅପରାଧି ଜିତେନ୍ଦ୍ର କୁ ପାଇଥିଲେ। ପ୍ରଥମେ କେବଳ ଭୟଭୀତ କରିବା ପାଇଁ ୭୫ ହଜାର ଟଙ୍କାର ସୁପାରି ଦେଇଥିଲେ। ଯାହା କି ୨୦୨୨ ମସିହାରେ। ସେଥିରେ କୌଣସି ସୁଫଳ ନମିଳିବାରୁ ପୁଣି ଥରେ ତାଙ୍କୁ ୨ ଲକ୍ଷ ୫ ହଜାର ଟଙ୍କାରେ ସୁପାରି ଦେଇଥିଲେ। ଟଙ୍କା ନେବାପରେ ଗତ ୧୮ ମାର୍ଚ୍ଚରେ ରମାକାନ୍ତଙ୍କ ଉପରେ ପୁଣି ଥରେ ବମା ମାଡ ହେଇଥିଲା। ଏହାପରେ ମଧ୍ୟ ସବୁ ବିଫଳ ହେଇଥିଲା। ଏହାପରେ ଜିତେନ୍ଦ୍ର ଭୁବନେଶ୍ବରରୁ ଉଭାନ ହେଇ ଯାଇଥିଲେ। ଗତକାଲି ସେ ଭୁବନେଶ୍ବର ଆସୁଥିବା ଖବର ପାଇବା ପରେ ଆକ୍ଟିଭ ହେଇଯାଇଥିଲା ପୋଲିସ। ଜିତେନ୍ଦ୍ର ଭୁବନେଶ୍ବର ପହଁଞ୍ଚିବା ପରେ ତାଙ୍କୁ ଏନକାଉଣ୍ଟର କରିଥିଲା। ତାଙ୍କ ନାମରେ ପାଖାପାଖି ୩୫ ଗୋଟି କେସ ଥିବାବେଳେ ତାଙ୍କୁ ଓ ଭାଗୀରଥୀ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *