ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧିନସ୍ଥ ଦଣ୍ଡିଲୋ ଗ୍ରାମର ନାୟକାଣୀ ଠାକୁରାଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନୃସିଂହ ଚରଣ ଜେନାଙ୍କ ବିଦାୟ କାଳୀନ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କୋଭିଡ୍ ଗାଇଡଲାଇନ ଅନୁଯାୟୀ ସାମାଜିକ ଦୂରତା ମାନି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଭାପତି ଭାବେ ମଧ୍ୟ ଇଁରାଜୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଦ୍ଵେତ ସ୍ୱାଇଁ ସଭାକାର୍ଯ୍ୟ ଆରମ୍ଭ କରିଥିବା ବେଳେ, ଗଣିତ ଶିକ୍ଷକ ନିରଞ୍ଜନ ବସ୍ତିଆ ସଭା ପରିଚାଳନା କରିଥିଲେ।
ସେହିପରି ଅବସରପ୍ରାପ୍ତ ଶିକ୍ଷାବିତ୍ ନିକୁଞ୍ଜ ବିହାରୀ ଭଞ୍ଜ ଉତ୍ତରୀୟ ଦେଇ ପ୍ରଧାନ ଶିକ୍ଷକଙ୍କୁ ସମ୍ମାନିତ କରିଥିଲା ବେଳେ , ହିନ୍ଦୀ ଶିକ୍ଷୟତ୍ରୀ ମଞ୍ଜୁଲତା ରାୟ ପ୍ରଧାନ ଶିକ୍ଷକଙ୍କ ସହିତ ବିତାଇଥିବା ନିଜସ୍ୱ ଅନୁଭୂତି କବିତା ମାଧ୍ୟମରେ ଉପସ୍ଥାପନ କରିଥିଲେ।
ଉପସ୍ଥିତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସାହିତ୍ୟ ଶିକ୍ଷୟିତ୍ରୀ ଜ୍ୟୋତ୍ସାରାଣୀ ମିଶ୍ର ମାନପତ୍ର ପାଠ କରିଥଲେ। କବିତା ସ୍ଵାଇଁ, ପଦ୍ମଲୋଚନ ଜେନା, ପ୍ରଶାନ୍ତ ନାୟକ, ସୁନନ୍ଦ ନାୟକ, ପ୍ରଶାନ୍ତ ରାଉତ, ବସନ୍ତ ନାୟକ ଏବଂ ଅନ୍ୟାନ୍ୟ କର୍ମଚାରୀ ଦୀପକ, ନାଲୁ, ବ୍ରଜରାଜ ସମେତ ତିନି ବିଦ୍ୟାଳୟର କର୍ମଚାରୀ ଙ୍କ ସହିତ ପୁର୍ବତନ ଛାତ୍ରଛାତ୍ରି ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।