ଋଣ ସୁଝିନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

Top Storise ରାଜ୍ୟ

ସମ୍ବଲୁପର: ସମ୍ବଲପୁର ବୁର୍ଲା ଥାନା କୁଦ-ଗୁଣ୍ଡେରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଚାଷୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ କୁଦ ଗୁଣ୍ଡେରପୁର କୈବଲ୍ୟ ରୋହିଦାସ ବୋଲି ଜଣାପଡିଛି । ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସେ ମାନସିକ ଚାପରେ ଥିଲେ।

କୈବଲ୍ୟ ବିଷ ପିଇ ଦେଇଥିବାଳେ ତାଙ୍କୁ ସଙ୍ଗେସଙ୍ଗେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃୃତ୍ୟୁ ଘଟିଛି। ପ୍ରାୟ ୨ ଶହ କ୍ୱିଣ୍ଟାଲ ଧାନ ଉତ୍ପାଦନ ହୋଇଥିବାଳେ ତାଙ୍କୁ ମାତ୍ର ୪୫ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲା। ବାକି ପ୍ରାୟ ଦେଢ ଶହ କ୍ୱିଣ୍ଟାଲ ଧାନ କମ୍‌ ଦରରେ ବିକ୍ରି କରିଥିବାରୁ କୈବଲ୍ୟ ବିପୁଳ ପରିମାଣର କ୍ଷତି ସହିଥିଲେ। ପରେ ବର୍ଷା କାରଣରୁ ଖରିଫ୍ ଚାଷ କ୍ଷତି ହେବାରୁ ଭାଙ୍ଗି ପଡ଼ିଥିଲେ। ଏହାକୁ ନେଇ ସେ ଆର୍ଥିକ ସଙ୍କଟରେ ପଡ଼ିବା ସହ ଋଣ ଚାପରେ ଥିଲେ।

Leave a Reply

Your email address will not be published. Required fields are marked *