ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ଯାଜପୁର ଜିଲ୍ଲାର ଚାଷୀମାନେ

Top Storise ରାଜ୍ୟ

ଯାଜପୁର : ଆସୁଛି ସାମୁଦ୍ରିକ ଝଡ ‘ଜୱାଦ’ । ଏଥିପାଇଁ ରାଜ୍ୟର ଉପକୂଳ ସହିତ ଅଧିକାଂଶ ଜିଲ୍ଲାରେ ବର୍ଷା ଓ ପବନ ହେବାର ସମ୍ଭାବନା ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଯାଜପୁର ଜିଲ୍ଲାର ଚାଷୀମାନେ। ବର୍ତମାନ ବିଲରେ ପାଚିଲା ଥାନ ଲହଡି ଭାଙ୍ଗୁଥିବା ବେଳେ ବର୍ଷା ଓ ବାତ୍ୟା ପୂର୍ବରୁ କିଭଳି ଅମଳ ହେବ ସେନେଇ ଚିନ୍ତାରେ ଚାଷୀକୂଳ।

କିଛି ଦିନ ପୂର୍ବରୁ ଅଦିନିଆ ବର୍ଷା ପ୍ରଭାବରେ ଚାଷୀଙ୍କ ଧାନ ସବୁ ନଷ୍ଟ ହୋଇଯାଇଥିଲା।ହେଲେ ଏବେ ବାତ୍ୟା ଦାଉ ସାଜିବା ପରି ଆସୁଛି।ବାତ୍ୟାରେ ପ୍ରଭାବରେ ଧାନ ସମ୍ପୁର୍ଣ୍ଣ ନଷ୍ଠ ହେବା ଚିନ୍ତା ଚାଷୀମାନଙ୍କ ନିଦ ହଜାଇ ଦେଇଛି।

ଧାର କରଜ କରି ଚାଷ କରିଥିବା ଚାଷୀମାନେ ଅମଳ ନଷ୍ଟ ହୋଇଗଲେ ଋଣ କିପରି ପରିଶୋଧ କରିବେ। ଏ ଚିନ୍ତା ଏବେ ଚାଷୀ କୂଳଙ୍କୁ ଘାରିଛି। ସେପଟେ ସାମ୍ଭବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛିା ଜିଲ୍ଲାବାସୀଙ୍କୁ ସଜାଗ ହେବା ସହ ବିଲରୁ ଶୀଘ୍ର ଧାନ ଅମଳ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।

Leave a Reply

Your email address will not be published. Required fields are marked *