ଚାଷୀଙ୍କ ମନମୋହୁଛି ମହୁଚାଷ

Top Storise ରାଜ୍ୟ

କୋରାପୁଟ: ଚାଷୀଙ୍କୁ ଆକୃଷ୍ଟ କରୁଛି ମହୁଚାଷ । ମହୁଚାଷ କରି ଉପକୃତ ହେଉଛନ୍ତି କୋରାପୁଟ ଚାଷୀ । ନନ୍ଦପୁର ଏବଂ ବୌଇପାରିଗୁଡା ଠାରେ ଆରମ୍ଭ କରାଯାଇଥିଲା ମହୁଚାଷ । ନାବାର୍ଡ ଓ ହର୍ଷଟ୍ରଷ୍ଟ ମିଳିତ ସହମତିରେ ମହୁଚାଷ ଆରମ୍ଭ କରାଯାଇଥିଲା। ଏଥିରେ ମୋଟ ୨୫୦ ଗରିବ ଆଦିବାସୀ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରେ ମୋଟ ୧ କୋଟି ୪୧ଲକ୍ଷ ୧୨ ହଜାର ୫୯୫ଟଙ୍କା, ମହୁମାଛି ସହ ବାକ୍ସ, ମହୁ ଫେଣା ମେସିନ ଏବଂ ଚାଷୀ ମାନଙ୍କୁ ତାଲିମ ଦେବା ସହ ଅନ୍ୟାନ୍ୟ କର୍ମଚାରୀମାନଙ୍କ ତାଲିମ ଆକାରରେ ଖର୍ଚ୍ଚ କରାଯାଇଛି ।

ଲଗାଣ ବର୍ଷା ଯୋଗୁ ଜଙ୍ଗଲ କୀଟ, ଫୁଲର ଅଭାବ ହେତୁ ମହୁମାଛି ସଂଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି। ଏନେଇ ଚାଷୀମାନଙ୍କ ମନୋବଳ ଭାଙ୍ଗିଯାଇଥିବା ବେଳେ ହର୍ଷଟ୍ରଷ୍ଟର କର୍ମଚାରୀ ଏବଂ ନାବାର୍ଡର ଡିଡିଏମ ଚାଷୀଙ୍କୁ ଭେଟି ପୁନଃ ମହୁମାଛି ଯୋଗାଇବା ସହ ତାହାକୁ କିଭଳି ଆଗାମୀ ସମୟରେ ଜୀବନ ଜୀବିକାର ମୁଖ୍ୟ ଅଂଶ ଭାବେ ଗ୍ରହଣ କରିବେ ସେହି ବିଷୟରେ ଚାଷିମାନଙ୍କୁ ବୁଝାଇଥିଲେ ।

ଏଥିରେ ବହୁଳ ମାତ୍ରା ରେ କୋରାପୁଟ ଜିଲ୍ଲାର ଅଧିକରୁ ଅଧିକ ଚାଷିଙ୍କୁ ସାମିଲ କରିବା ଲକ୍ଷ୍ୟ ରଖିଛି ନାବାର୍ଡ ଓ ହର୍ଷ ଟ୍ରଷ୍ଟ। ନାବାର୍ଡର ଓଡ଼ିଶା ମୁଖ୍ୟ ଏବଂ ଆନ୍ଧ୍ର ପ୍ରଦେଶର ଜୈନେକ ସାଂସଦ ସାରା ଭାରତ ବର୍ଷରେ କୋରାପୁଟ କଫି ଭଳି କୋରାପୁଟ ମହୁକୁ ପରିଚିତ କରାଇବା ପାଇଁ କଥା ଦେଇଥିଲେ। ନାବାର୍ଡ ଓ ହର୍ଷ ଟ୍ରଷ୍ଟ ଭବିଷ୍ୟତରେ ମହୁ ଚାଷ ପାଇଁ କୋରାପୁଟ ଜିଲ୍ଲା ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିବ ବୋଲି ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *