ଥଣ୍ଡାରେ କଫ୍‌ ସିରପ ଓ ନିଶା ବଟିକା ପଞ୍ଚ କରୁଥିଲେ ବାପ-ପୁଅ!

Top Storise ରାଜ୍ୟ

ବଲାଙ୍ଗିର: ପଞ୍ଚ କରୁଥିଲେ ବାପ ଓ ପୁଅ। ଥଣ୍ଡା ପାନୀୟରେ କଫ୍‌ ସରିପ ଓ ନିଶା ବଟିକା ମିଶାଉଥିଲେ। ପରେ ତାକୁ ପ୍ୟାକିଙ୍ଗ କରି ଗ୍ରାମାଞ୍ଚଳରେ ଥିବା ଦୋକାନରେ ବିକ୍ରି କରୁଥିଲେ। ଲୋକମାନେ ଅଜାଣତରେ ଥଣ୍ଡା ପାନୀୟ ଭାବି ସେହି ନିଶାକୁ ସେବନ କରୁଥିଲେ। ବଲାଙ୍ଗିର ଜିଲ୍ଲା ସଦର ମହକୁମାରୁ ଆସିଛି ଏପରି ଅଭିଯୋଗ।

ଟାଉନ୍‌ ଥାନା ବରପାଲି ପଡ଼ାରେ ବାସ କରନ୍ତି ପ୍ରଶାନ୍ତ ଜେନା। ସେ ସେହି ପଡ଼ାରେ ଗୋଟିଏ ଘର ଭଡ଼ା ନେଇ କରୁଥିଲେ ନିଶା କାରବାର। ବଜାରରୁ ଥଣ୍ଡା ପାନୀୟ ଷ୍ଟ୍ରଙ୍ଗ ଏଜର୍ନୀ ଡ୍ରିଙ୍କ୍ସ, ନିଶା ବଟିକା ଓ ଏସ୍‌କଫ ସିରପ କିଣୁ ଥିଲେ। ତା’ପରେ ଷ୍ଟ୍ରଙ୍ଗ ଏଜର୍ନୀ ଡ୍ରିଙ୍କ୍ସରେ ଏସ୍‌କଫ ସିରପ ଓ ନିଶା ବଟିକା ମିଶାଉଥିଲେ। ଆଉ ତା’ପରେ ଅତି ଚତୁରତାର ସହ ସିଲ୍‌ କରି ଗ୍ରାମାଞ୍ଚଳରେ ବିଭିନ୍ନ ଦୋକାନୀଙ୍କୁ ଯୋଗାଇ ଦେଉଥିଲେ।

ଥଣ୍ଡା ପାନୀୟ ଭଳି ଦେଖା ଯାଉଥିବା ଏହି ନିଶାକୁ ଲୋକମାନେ ଅଜାଣତରେ କିଣି ନେଉଥିଲେ। ସେହି ଥଣ୍ଡା ପାନୀୟକୁ ପିଇ ଅଜାଣତରେ ଲୋକମାନେ ରୋଗକୁ ନିମନ୍ତ୍ରଣ କରୁଥିଲେ! ତେବେ ଏନେଇ ଅଭିଯୋଗ ହେବା ପରେ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ଟାଉନ୍‌ ଥାନା ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ବରପାଲି ପଡ଼ାରେ ଚଢ଼ଉ କରିଥିଲା। ନକଲି କଫ୍‌ ସିରଫ୍‌ ବିକ୍ରି କରୁଥିବା ଜଣେ ନାବାଳିକକୁ କାବୁ କରିଥିଲା। ପରେ ନାବାଳକଙ୍କ ବାପା ପ୍ରଶାନ୍ତ ଜେନାକୁ ପୁଲିସ୍‌ ଗିରଫ କରିଥିଲା।

ପୁଲିସ୍‌ର କହିବା ଅନୁସାରେ ନାବାଳକ ପୁଅ ମଧ୍ୟମରେ ବାପା ପ୍ରଶାନ୍ତ ନିଶା କାରବାର କରୁଥିଲା। ପୁଲିସ୍‌ ସେମାନଙ୍କ ନିକଟରୁ ୪୦୦ଟି ଏସ୍‌କଫ ସିରପ, ନିଶା ବଟିକା, ୨୯ଟି ଷ୍ଟ୍ରଙ୍ଗ ଏଜର୍ନୀ ଡ୍ରିଙ୍କ ଓ ନଗଦ ୯୨ ହଜାର ଟଙ୍କା ଜବତ କରିଥିଲା। ପୁଲିସ ପ୍ରଶାନ୍ତ ଜେନାକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୁଅକୁ ଜୁଭେନାଇକୁ ପଠାଇ ଦେଇଛି।

Leave a Reply

Your email address will not be published. Required fields are marked *