Father’s Day 2021: ଜାଣନ୍ତୁ, କେବେଠୁ ପାଳିତ ହେଉଛି ପିତୃ ଦିବସ

Top Storise ରାଜ୍ୟ

ଭୁବନେଶ୍ୱର: ଜୁନ ମାସର ତୃତୀୟ ରବିବାରରେ ପ୍ରତିବର୍ଷ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃତ୍ୱ ଦିବସ’ ଭାବେ ପାଳନ କରାଯାଏ।

ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ‘ପିତୃତ୍ବ ଦିବସ’ର ଶୁଭେଚ୍ଛା ପ୍ରଦାନ କରିଛନ୍ତି।

କ’ଣ ରହିଛି ଏହା ପଛର ରହସ୍ୟ-
‘ଫାଦର୍ସ ଡ଼େ’ ପାଳନ ପଛରେ ଏଭଳି ଏକ କାହାଣୀ ରହିଛି। ଯାହା ସୋନୋରା ସ୍ମାର୍ଟ ଡୋଡଙ୍କ ସହ ଜଡ଼ିତ, ଯିଏ କି ‘ଫାଦର୍ସ ଡ଼େ’ ପାଳନ କରିବା ପାଇଁ ପ୍ରଥମେ ପ୍ରଚେଷ୍ଟା କରିଥିଲେ। ଛୋଟବେଳେ ଡୋଡଙ୍କ ମାତାଙ୍କର ଦେହାନ୍ତ ହୋଇଯାଇଥିବାବେଳେ ତାଙ୍କ ବାପା ବହୁ କଷ୍ଟରେ ସମସ୍ତ ସନ୍ତାନଙ୍କ ଲାଳନପାଳନ କରିଥିଲେ । ପିତା ୱିଲିୟମ୍ ସ୍ମାଟ୍‌ର୍ ଡୋଡ ଓ ବାକି ଭାଇଭଉଣୀମାନଙ୍କୁ ଉଭୟ ମା’ ଓ ବାପାଙ୍କର ସ୍ନେହ, ମମତା ଦେଇ ପାଳନ କରୁଥିଲେ ।

ଏକ ସମୟରେ ଡୋଡ ଚର୍ଚ୍ଚରେ ମଦର୍ସ ଡ଼େର ଉପଦେଶ ଶୁଣୁଥିଲେ। ଯେଉଁପରି ଭାବେ ମାତାଙ୍କୁ ସମ୍ମାନ ଓ ପ୍ରଶଂସା ମିଳୁଛି, ସେହିପରି ପିତା ମଧ୍ୟ ଏହି ପ୍ରଶଂସା ଓ ସମ୍ମାନର ହକଦାର ଅଟନ୍ତି ବୋଲି ସେତେବେଳେ ଡୋଡ ଅନୁଭବ କରିଥିଲେ।

ପରବର୍ତ୍ତୀ ସମୟରେ ଭାରତରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତାରେ ପାଳିତ ଏହି ଦିନଟିର ଧିରେଧିରେ ଏହାର ପ୍ରଚାର ଓ ପ୍ରସାର ହେବାକୁ ଲାଗିଲା । ପିତାଙ୍କୁ ସମ୍ମାନ ଦେବା ପାଇଁ ତଥା ପିତାଙ୍କ ଉଦ୍ଦେଶ୍ୟରେ ଏବେ ସବୁଠୁ ପିତୃ ଦିବସ ପାଳନ କରାଯାଉଅଛି।

Leave a Reply

Your email address will not be published. Required fields are marked *