ଓମିକ୍ରନକୁ ନେଇ ଭୟ, ମହିଳା ଜୁନିୟର ହକି ବିଶ୍ୱକପ ସ୍ଥଗିତ

Top Storise କ୍ରୀଡ଼ା ଦେଶ- ବିଦେଶ

ଲୌସାନ୍ନେ: କରୋନା ଭାଇରସର ନୂତନ ଭ୍ୟାରିଆଂଟ ଓମିକ୍ରନକୁ ନେଇ ଭୟ ଉପୁଜିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରେ ଏହା ଚିହ୍ନଟ ହେବା ପରେ ସାରା ବିଶ୍ୱ ପୁଣି ଚିନ୍ତାରେ ପଡି ଯାଇଛି । ଏଠାରେ ହେବାକୁ ଥିବା ଜୁନିୟର ମହିଳା ହକି ବିଶ୍ୱକପକୁ ସ୍ଥଗିତ ରଖାଯାଇଛି । ଏହା ଡିସେମ୍ବର ୫ରୁ ଆରମ୍ଭ ହେବାକୁ ଥିଲା । ସମସ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାର ଆମର ମୂଳ ଲକ୍ଷ୍ୟ ବୋଲି ଆୟୋଜକ ଦେଶ ପକ୍ଷରୁ କୁହାଯାଇଛି ।

ଆନ୍ତର୍ଜାତୀୟ ହକି ଫେଡେରେଶନ, ଦକ୍ଷିଣ ଆଫ୍ରିକା ହକି ଆସୋସିଏଶନ ଏ ନେଇ ସହମତି ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କେତେକ ଦେଶ କଟକଣା ଲଗାଇଥିବାରୁ ଏହା ବର୍ତମାନ ଆୟୋଜନ କରିବା ସମ୍ଭବପର ନୁହେଁ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *