‘ଦି କାଶ୍ମୀର ଫାଇଲ୍ସ’ ପରେ ଏବେ ‘ଦି ବେଙ୍ଗଲ ଫାଇଲ୍ସ’ ।ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଯାହା ଆସିବା ମାତ୍ରେ ହିଁ ଚର୍ଚ୍ଚାରେ ରହିଛି। ଫିଲ୍ମର କାହାଣୀ ବଙ୍ଗଳା ବିଭାଜନ ଘଟଣା ଉପରେ ଆଧାରିତ, ଯେଉଁଥିରେ ହିନ୍ଦୁମାନଙ୍କ ନରସଂହାରକୁ ବଡ଼ ପରଦାରେ ଉପସ୍ଥାପନ କରାଯାଇଛି
ଫିଲ୍ମର ଟ୍ରେଲରରେ ଅନୁପମ ଖେର, ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି ମିଥୁନ ଚକ୍ରବର୍ତୀ, ପଲ୍ଲବୀ ଯୋଶୀ ଏବଂ ଦର୍ଶନ କୁମାର ପରି କଳାକାର ବି ଫିଲ୍ମରେ ଅଛନ୍ତି। ଏହା ବ୍ୟତୀତ ଟିଭି ଶୋ ‘ଅନୁପମା’ ମାଧ୍ୟମରେ ପରିଚିତି ହାସଲ କରିଥିବା ମଦାଲସା ଶର୍ମା ଏବଂ ‘ଗଦର ୨’ ଫେମ ସିମରତ କୌର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
୧୬ ଅଗଷ୍ଟରେ କୋଲକାତାରେ ଟ୍ରେଲର ଲଞ୍ଚ ଆୟୋଜନ ହୋଇଥିଲା। ଏହି ସମୟରେ ମାହୋଲ ଉତ୍ତେଜନାପୂର୍ଣ୍ଣ ହୋଇ ପଡ଼ିଥିଲା। ଇଭେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ କିଛି ବିକ୍ଷୋଭକାରୀ ହଙ୍ଗାମା କରିଥିଲେ । ଏପରିକି ହୋଟେଲ ଭିତରେ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା ଯାହା ଦ୍ୱାରା ଲଞ୍ଚକୁ ରୋକାଯାଇ ପାରିବ।
ବିବେକ ଅଗ୍ନିହୋତ୍ରୀ ଏହାକୁ ସିଧାସଳଖ “ତାନାଶାହୀ” ବୋଲି କହିଥିଲେ । ତାଙ୍କ କଣ୍ଠସ୍ୱରକୁ ଦବାଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିଥିଲେ।
ଏହି ଫିଲ୍ମକୁ ଅଭିଷେକ ଅଗ୍ରୱାଲ, ପଲ୍ଲବୀ ଯୋଶୀ ଏବଂ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ପ୍ରଯୋଜନା କରିଛନ୍ତି। ‘ଦି ବେଙ୍ଗଲ ଫାଇଲ୍ସ’ ୬ ସେପ୍ଟେମ୍ବର ୨୦୨୫ରେ ସିନେମା ହଲ୍ରେ ରିଲିଜ୍ ହେବ।
ଟ୍ରେଲରରୁ ହିଁ ଅନୁମାନ କରାଯାଉଛି ଫିଲ୍ମ ପୁଣି ଥରେ ଦେଶବ୍ୟାପୀ ବିବାଦ ଏବଂ ଚର୍ଚ୍ଚାର ସୂତ୍ରପାତ କରିବ । ରକ୍ତପାତ, ଧର୍ମ ନାମରେ ହୋଇଥିବା ଯୁଦ୍ଧ ଏବଂ ହଜାର ହଜାର ନିରୀହ ଲୋକଙ୍କ ମୃତ୍ୟୁକୁ ପରଦାରେ ଆଣିବାର ଚେଷ୍ଟା କରାଯାଇଛି।

