ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ

Top Storise ରାଜ୍ୟ

ବରଗଡ଼: ବରଗଡ଼ ଜିଲ୍ଲାରେ ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ ହୋଇଯାଇଛି। ପ୍ରଥମେ ଏହି ଶୋଭାଯାତ୍ରା କାଳି ମନ୍ଦିରରୁ ବାହାରି ହାଟପଡ଼ା ଦୁର୍ଗା ମନ୍ଦିର ହୋଇ ସମଲେଶ୍ୱରୀ ମନ୍ଦିରର ସମସ୍ତ ଦେବାଦେବୀଙ୍କୁ ପୂଜା କରିଥିଲେ। ପରେ ଏହି ଶୋଭାଯାତ୍ରା ବରଗଡ଼ ମୁଖ୍ୟ ରାଜପଥ ଦେଇ ସୌଖିନ ରଙ୍ଗମଞ୍ଚରେ ପହଞ୍ଚିଥିଲା। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର କଳାକାର ଯୋଗଦେଇଛନ୍ତି।

ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଚୈତନ୍ୟ ପାଇକ କହିଥିଲେ, କଳାକାରମାନଙ୍କୁ ସବୁ ସ୍ଥାନରେ କଳା ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହନ ତଥା ଅନୁମତି ଦିଆଯାଉ। ଏହାସହ ଏକ ଲକ୍ଷ କଳାକାରଙ୍କୁ ୩ହଜାର ଟଙ୍କା ଲେଖାଏଁ ଭତ୍ତା ଦିଆଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଥିଲେ।

ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିଲେ, ଓଡ଼ିଶା ସରକାର କଳାକାରଙ୍କ ପାଇଁ ସଦାସର୍ବଦା ଉଦାର ମନୋଭାବ ରଖିଆସିଛନ୍ତି। ୧୦ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ଭବିଷ୍ୟତରେ ୫୦ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ କରାଯିବାର ଯୋଜନା ଅଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *