୪ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ, ଜବତ କଲା ଦୁଇ ଦେଶୀ ବନ୍ଧୁକ

Top Storise ରାଜ୍ୟ

ତେଲକୋଇ: ଗର୍ଭଣୀ ହାତୀକୁ ଅତି ବୀଭତ୍ସ ଭାବେ ତୀର ମାରି ହତ୍ୟା କରାଯାଇଥିଲା। ଏହି ତୀର ମାଡ଼ରେ କେବଳ ମାଆ ହାତୀର ମୃତ୍ୟୁ ହୋଇନଥିଲା, ଛୁଆର ମଧ୍ୟ ଜୀବନ ଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଶିକାରୀକୁ ଆଜି କେନ୍ଦୁଝର ବନ ବିଭାଗ ବାନ୍ଧିଛି। ତା’ ସହ ଅନ୍ୟ ୩ ଶିକାରୀଙ୍କୁ ମଧ୍ୟ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ୨ଟି ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ମଧ୍ୟ ଜବତ କରିଛି।

ଶିକାର ପାଇଁ ଯୋଜନା କରୁଥିଲେ ଶିକାରୀ। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଚଢ଼ଉ କରି ତାଳପଦା ସେକ୍ସନ ଅନ୍ତର୍ଗତ ଶିମିଳିପାଳ ଗାଁର ଚଗଲୁ ପାତ୍ର, ନିରଞ୍ଜନ ପାତ୍ର, ନୟନ ପାତ୍ର ଓ ବିମଳା ଫରେଷ୍ଟ ଅଧିନ ରାଣିବେଡା ଗ୍ରାମର ସୁମନ୍ତ ସହରକୁ ଗିରଫ କରିଥିଲା। ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ ଓ ତାର ଜବତ କରିଥିଲା। ଏମାନେ ଶିକାର ଉଦ୍ଦେଶ୍ୟରେ ବନ୍ଧୁକ ଓ ତାର ବ୍ୟବହାର କରୁଥିବା ବନ ବିଭାଗ ଜାଣିବାକୁ ପାଇଛି। ଗିରଫ ୪ ଶିକାରୀଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ।

ସୂଚନାରୁ ପ୍ରକାଶ, କିଛି ଦିନ ତଳେ ଶିକାରୀଙ୍କ ତୀର ମାଡ଼ରେ ଗୋଟିଏ ଗର୍ଭଣୀ ହାତୀ ଓ ଶାବକର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ ପାଇବା ପରେ ସମାଲୋଚନାର ଶିକାର ହୋଇଥିଲା ବନ ବିଭାଗ। ଏହା ପରେ ତତ୍ପର ହୋଇଥିଲା ବନ ବିଭାଗ। ଶିକାରୀଙ୍କ ପ୍ରତି କଠୋର ହୋଇଥିଲା ବନ ବିଭାଗ। ଶିମିଳିପାଳ ଗାଁରେ ଚଢ଼ଉ କରି ଚଗଲୁ ପାତ୍ର ପାଖରୁ ଏକ ବନ୍ଧୁକ ସହିତ ଧନୁ ତୀର ଜବତ କରିଥିଲା। ଚଗଲୁ କଳାପାଟ ସଂରକ୍ଷିତ ଜଙ୍ଗଲରେ ତୀର ମାଡ଼ରେ ଗର୍ଭଣୀ ହାତୀ ଓ ଶାବକ ମୃତ୍ୟୁ ମାମାଲା ସମ୍ପୃକ୍ତ ଥିବା ବନ ବିଭଗ ସ୍ପଷ୍ଟ କରିଛି।

Leave a Reply

Your email address will not be published. Required fields are marked *