ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାରୁ ବିଜେପି ଯୁବମୋର୍ଚ୍ଚାର ୯ ଜଣ ଥାନାରେ ଅଟକ

Top Storise ରାଜ୍ୟ

ଯାଜପୁର : ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ପଡ଼ିଲା ମହଙ୍ଗା । ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଯାଜପୁର ଯୁବ ମୋର୍ଚ୍ଚାର ୯ ଜଣ କର୍ମୀ ଥାନା ରେ ଅଟକ । ଆଜି ଯାଜପୁର ବିରଜା ହାଇସ୍କୁଲ ପରିସରରେ ସ୍କୁଲ ରୂପାନ୍ତରଣ ଉଦଘାଟନ କୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସିବାକୁ ଥିବା ବେଳେ ମନ୍ତ୍ରୀ ଙ୍କ ଗସ୍ତକୁ ବିରୋଧ କରି ଯୁବ ମୋର୍ଚ୍ଚା ସଦସ୍ୟ ମାନେ ଅଣ୍ଡା ମାଡ଼ କରିବାସହିତ କଳା ପତାକା ପ୍ରଦର୍ଶନ କରିବା ପାଇଁ ଯୋଜନା କରିଥିଲେ।

ବିଜେପି ଯୁବମୋର୍ଚ୍ଚା ନଗର ସଭାପତି ହୃଷିକେଶ ପରିଡାଙ୍କ ସମେତ କେତେକ ବିଜେପି କର୍ମୀ ବିରୋଧ କରିବା ପାଇଁ ଯୋଜନା କରୁଥିବା ବେଳେ ସେମାନଙ୍କୁ ଉଠାଇ ଆଣିଛି ଯାଜପୁର ଟାଉନ ପୋଲିସ । ସେମାନଙ୍କ ଠାରୁ ଅଣ୍ଡା ଆଉ କଳା ପତାକା ଜବତ ହୋଇଥିବା ଜଣାପଡିଛି। ମମିତା ମେହେରଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଯୁବମୋର୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *