ଆସନ୍ତା ବର୍ଷରୁ ୪୦ ସ୍କୁଲରେ ଖୋଲିବ ଯୁକ୍ତ ଦୁଇ କ୍ଲାସ

Top Storise ରାଜ୍ୟ

ଭୁବନେଶ୍ୱର: ଆସନ୍ତା ବର୍ଷରୁ ୪୦ ସ୍କୁଲରେ ଖୋଲିବ ଯୁକ୍ତ ଦୁଇ କ୍ଲାସ। ୫ଟି ଅନ୍ତର୍ଗତ ରୂପାନ୍ତରିକରଣ ହୋଇଥିବା ସ୍କୁଲକୁ ଅପଗ୍ରେଡ୍ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେଣୁ ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ୪୦ଟି ସ୍କୁଲକୁ ଅପଗ୍ରେଡ୍ କାମ ଶେଷ କରି ପାଠପଢ଼ା ଆରମ୍ଭ କରାଯିବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଏହି ୪୦ଟି ସ୍କୁଲରେ ଆସନ୍ତା ବର୍ଷ ଠାରୁ ଏକାଦଶ ଶ୍ରେଣୀ ପାଠପଢ଼ା ହେବ। ବିଶେଷକରି କଲେଜ ନ ଥିବା ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ଦେଖି ତଥା ଡ୍ରପ ଆଉଟ ସମସ୍ୟାର ସମାଧାନ ନିମନ୍ତେ ଏହି ପ୍ରୟାସ ଆରମ୍ଭ କରିଛନ୍ତି ସରକାର। ଏକାଦଶ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତି ମଧ୍ୟ ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *