ଆଜିଠୁ ମକର ସଂକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ

Top Storise Uncategorized ଦେଶ- ବିଦେଶ

ପୁରୀ : ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଏହି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଶ୍ରୀ ମନ୍ଦିରରେ ଲାଗି ହୋଇଛି ପହଲି ଭୋଗ । ତେବେ ଏହି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି ।

ତେବେ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗି ହୋଇଛି । ପହିଲି ଭୋଗରେ ବିରି, ଗହମ ଚୂନା, ଘୃତ ପାଗ ହୋଇଥିବା ପିଠା ଧନୁମୂଆଁ ଭୋଗ ଲାଗି ହୋଇଛି । ପହିଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ । ଏହି ଭୋଗ ବଡ଼ି ଭୋରୁ ମହାପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ । କଥାରେ ଅଛି ମା ଲକ୍ଷ୍ମୀ ଏହି ସମୟରେ ବାପଘରକୁ ଯାଇଥିବାରୁ ମା ଯଶୋଦା ଜଗନ୍ନାଥ,ବଳଭଦ୍ର,ସୁଭଦ୍ରାଙ୍କ ପାଇଁ ରୋଷେଇ କରି ପରସି ଦେଇଥାନ୍ତି ।ଏନେଇ ନୀତିକାନ୍ତିକୁ ଶୃଙ୍ଖଳାର ସହ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମନ୍ଦିର ପ୍ରଶାସନ ।

Leave a Reply

Your email address will not be published. Required fields are marked *