ଖବରକାଗଜରେ ଗାନ୍ଧୀ ମୂର୍ତ୍ତି

Top Storise ରାଜ୍ୟ

ପୁରୀ : ଗାନ୍ଧୀ ଜୟନ୍ତି ଉପଲକ୍ଷେ ଖବର କାଗଜରେ ନିଆରା ଶୁଭେଚ୍ଛା ବାର୍ତ୍ତା । ପୁରୀ ଦତ୍ତାତୋଟ ଜଗନ୍ନାଥ ଲେନର ସୂଯ୍ୟକାନ୍ତ ଦାସ ଖବର କାଗଜରେ ଗାନ୍ଧୀଙ୍କ ମୂର୍ତ୍ତି କରି ଶୁଭେଚ୍ଛା ଜଣାଇଛନ୍ତି । ଏହି ମୂର୍ତ୍ତି କୁ ତିଆରି କରିବା ପାଇଁ ୨ ଦିସ୍ତା ଖବର କାଗଜ ବ୍ୟବହାର ହୋଇଛି । ପ୍ରାୟ ସାତ ଘଣ୍ଟା ଲାଗିଥିଲା ତାଙ୍କୁ ମୂର୍ତ୍ତି ଗଢିବା ପାଇଁ। । ଏହାର ଉଚ୍ଚତା ୨୭ ଇଞ୍ଜ ରହିଥିବା ବେଳେ ଓସାର ୧୭ ଇଞ୍ଜି ରହିଛି ।

କଲର ,ମଇଦା,ଜରି, ଅଠା ଆଦି ବ୍ୟବହାର କରି ସେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ମୂର୍ତ୍ତି ଜରିଆରେ ସେ ସମଗ୍ର ଭାରତ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ ଗାନ୍ଧୀଜିଙ୍କ ଭଳି ଆମେବି ବି ବିଦେଶୀ ଦ୍ରବ୍ୟ ଏବଂ ପୋଷାକ ପ୍ରତି ଆକୃଷ୍ଟ ନହୋଇ ସ୍ୱେଦେଶୀ ଦ୍ରବ୍ୟ ଏବଂ ଭାରତୀୟ ପୋଷାକ ଏବଂ ଭାରତୀୟ ଆଚାର ଅନୁଷ୍ଠାନରେ ନିଜକୁ ଅନୁପ୍ରାଣିତ କରିବା । ଗାନ୍ଧିଙ୍କ ପରି ନିଜ ଦେଶ ଓ ନିଜ ପରିବେଶକୁ ପରିଷ୍କାର ରଖିବା ପାଇଁ ସେ ସଚେତନ କରିଛନ୍ତି।

Leave a Reply

Your email address will not be published. Required fields are marked *