ପଞ୍ଜାବ: ପଞ୍ଜାବ ନାସନାଲ ବ୍ୟାଙ୍କ୍ ଚାଷୀଙ୍କ ପାଇଁ ଖାସ୍ ସ୍କିମ ଆଣିଛି, ଯେଉଁଥରେ ବ୍ୟାଙ୍କ୍ ତରଫରୁ କୃଷକଙ୍କୁ ୫୦ ହଜାର ଟଙ୍କା ଦିଆଯାଉଛି । ଏହି ଟଙ୍କାକୁ ଚାଷ କାମ ବ୍ୟତୀତ ବ୍ୟକ୍ତିଗତ କାମକୁ ପୂରା କରିବା ପାଇଁ ମଧ୍ୟ କରିପାରିବେ । ଆସନ୍ତୁ ଜାଣିବା ବ୍ୟାଙ୍କ୍ କେଉଁ ଖାସ୍ ସ୍କିମ ଅନୂଯାୟୀ ଏହି ଟଙ୍କା ଦେଉଛି ଏବଂ ଆପଣ କିପରି ଏହାକୁ ଆବେଦନ କରିପାରିବେ ।
ପଞ୍ଜାବ ନାସନାଲ ବ୍ୟାଙ୍କ (Punjab National Bank) ତରଫରୁ ଗ୍ରାହକଙ୍କୁ ପିଏନବି କିସାନ ତତ୍କାଳ ଋଣ ଯୋଜନାର ସୁବିଧା ଦିଆଯାଉଛି । ଯାହା ଅନୂଯାୟୀ ଏହି ଟଙ୍କା ଚାଷୀଙ୍କ ଖାତାରେ କ୍ରେଡିଟ୍ ହେବ । ପିଏନବି ଟ୍ୱିଟ୍ କରି ଏହି ସୁବିଧା ବିଷୟରେ ସୂଚନା ଦେଇଛି । ପିଏନବି ଏହାର ଅଫିସିଆଲ ଟ୍ୱିଟ୍ ରେ କହିଛି ଯେ ସବୁ ଚାଷୀଙ୍କ ଆବଶ୍ୟକତାକୁ ପୂରା କରିବା ପାଇଁ ପିଏନବି ଆଣିଛି କିସାନ ତତ୍କାଳ ଋଣ ଯୋଜନା ।
ଆସନ୍ତୁ ଜାଣିବା କ’ଣ ରହିଛି ଖାସ୍-ପଞ୍ଜାବ ନାସନାଲ ବ୍ୟାଙ୍କ୍ କହିଛି ଯେ ଏହି ସ୍କିମ୍ ଅନୂଯାୟୀ ଚାଷୀଙ୍କୁ ଚାଷବାଷ ପାଇଁ ଆପଣଙ୍କୁ ଟଙ୍କାର ଆବଶ୍ୟକତା ହେଉ କିମ୍ବା ପୁଣି କୌଣସି ପ୍ରକାର ଆବଶ୍ୟକତାକୁ ପୂରା କରିବା ପାଇଁ ଏହି ସ୍କିମର ଫାଇଦା ନେଇପାରିବେ । ଚାଷୀ ତତ୍କାଳ ଲୋନ୍ ଯୋଜନା ସବୁ ଉଦ୍ଦେଶ୍ୟ ପାଇଁ ନେଇପାରିବେ ।
କେଉଁମାନଙ୍କୁ ମିଳିବ ଫାଇଦା?
ପିଏନବି ତତ୍କାଳ ଋଣ ଯୋଜନାର ଫାଇଦା ନେଉଥିବା ବ୍ୟକ୍ତି ଚାଷୀ ହୋଇଥିବା ଜରୁରୀ । ବ୍ୟାଙ୍କ୍ ଅନୂଯାୟୀ ଏହି ଯୋଜନାର ଲାଭ କେବଳ ଚାଷୀ କିମ୍ବା ଚାଷୀ ସମୂହ, ଯେଉଁମାନଙ୍କ ପାଖରେ ପୂର୍ବରୁ ହିଁ କିସାନ କ୍ରେଡିଟ୍ କାର୍ଡ ଅଛି, ତାଙ୍କୁ ଏହି ଯୋଜନାର ଲାଭ ପ୍ରଦାନ କରାଯିବ । ଏଥିପାଇଁ ସେମାନଙ୍କ ଗତ ଦୁଇ ବର୍ଷର ବ୍ୟାଙ୍କ୍ ରେକର୍ଡ ମଧ୍ୟ ଦରକାର ହେବ ।
ବ୍ୟାଙ୍କ୍ ନୋଟିଫିକେଶନ ଅନୂଯାୟୀ, ଚାଷୀଙ୍କୁ କିସାନ ତକ୍ରାଳ ଋଣ ଯୋଜନା ଅନୂଯାୟୀ ବର୍ତ୍ତମାନର ଲୋନ ସୀମାର ୨୫ ପ୍ରତିଶତ ପର୍ଯ୍ୟନ୍ତ ଲୋନ୍ ଦିଆଯିବ । ଯାହାର ସର୍ବାଧିକ ସୀମା ୫୦ ବର୍ଷ ପର୍ଯ୍ୟନ୍ତ ହେବ । ଏହି ଲୋନ୍ କୁ ନେବା ପାଇଁ କୃଷକଙ୍କୁ କିଛି ଗ୍ୟାରେଣ୍ଟୀ ରଖିବାକୁ ପଡ଼ିବ ନାହିଁ । କିମ୍ବା କୌଣସି ପ୍ରକାର ସର୍ଭିସ୍ ଚାର୍ଜ ମଧ୍ୟ ଲଗାଯିବ ନାହିଁ ।
ଏହି ଯୋଜନା ଅନୂଯାୟୀ ଲୋନ୍ ରାଶି ସୁଝିବା ପାଇଁ ସର୍ବାଧିକ ୫ ବର୍ଷ ସମୟ ଦିଆଯିବ । ଏଥିରେ ଲୋନ୍ କିସ୍ତି ମଧ୍ୟ ସରଳ ରଖାଯାଇଛି ଯେମିତି ଚାଷୀଙ୍କୁ ଏହାକୁ ସୁଝିବାରେ କୌଣସି ଅସୁବିଧା ନହେବ । ଲୋନ୍ ନେବା ପାଇଁ ଚାଷୀ ପିଏନବିର ବ୍ରାଞ୍ଚକୁ ଯାଇ ଆବେଦନ କରିପାରିବେ କିମ୍ବା ଅନଲାଇନ୍ ଆବେଦନ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କ୍ ର ଅଫିସିଆଲ ୱେବସାଇଟରେ ଯିବାକୁ ହେବ ।