ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସିଖବର, ପ୍ରଥମ ଶ୍ରେଣୀ ପାହ୍ୟାର ୧୨୦ଟି ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

Top Storise ରାଜ୍ୟ

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସିଖବର। ଶୁକ୍ରବାର ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ୧୨୦ଟି ପ୍ରଥମ ଶ୍ରେଣୀ ପାହ୍ୟାର ପଦବୀ ସୃଷ୍ଟିକୁ ଅନୁମୋଦନ କରିଛନ୍ତି। ଓଡିଶା ସଚିବାଳୟ ସେବା ବର୍ଗର ପୁନର୍ଗଠନ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ଓ ପରିଯୋଜନାଗୁଡିକର ସଫଳ କାର୍ଯ୍ୟକାରିତା ଓ ତଦାରଖ ତଥା “ ମୋ ସରକାର ” ଓ ୫ଟି ର ଆଦେଶନାମା ଅନୁସାରେ ସାର୍ବଜନୀନ ସେବାଗୁଡିକୁ ଉପଯୁକ୍ତ ସମୟରେ ପ୍ରଦାନ କରିବା ପାଇଁ ଓଡିଶା ସରକାର ସଚିବାଳୟ ସେବାବର୍ଗର ୯୪ଟି ମୂଳ ପଦବୀ ଉଚ୍ଛେଦ ପୂର୍ବକ ୧୨୦ଟି ପ୍ରଥମ ଶ୍ରେଣୀ ପାହ୍ୟାର ପଦବୀ ବୃଦ୍ଧି କରିଛନ୍ତି। ଓଡ଼ିଶା ସଚିବାଳୟ ସେବାବର୍ଗର ଏହି ପୁନର୍ଗଠନ ଦ୍ବାରା ପ୍ରଥମଶ୍ରେଣୀ ପାହ୍ୟାରେ ପଦବୀ ସଂଖ୍ୟା ନିମ୍ନମତେ ହେବ।

Leave a Reply

Your email address will not be published. Required fields are marked *