Good news for Odisha, Puspa-2 will be shot in Malakangiri...Oddiya audience is happy

ଓଡ଼ିଶା ପାଇଁ ଖୁସି ଖବର, ମାଲାକନଗିରିରେ ସୁଟିଂ ହେବ ପୁଷ୍ପା-୨… ଓଡ଼ିଆ ଦର୍ଶକ ଖୁସ

Top Storise ଦେଶ- ବିଦେଶ ମନୋରଞ୍ଜନ ରାଜ୍ୟ

ବ୍ୟୁରୋ : ଓଡିଶା ମାଟିରେ ସୁଟିଂ ହେବ ସୁପରହିଟ ତେଲୁଗୁ ସିନେମା ପୁଷ୍ପାର ପାର୍ଟ-୨। ଖୁବଶୀଘ୍ର ସୁଟିଂ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଏହା ସୁଟିଂ ହେବ ବୋଲି ଜଣାପଡିଛି। ସୁଟିଂ ପାଇଁ ଅନୁମତି ଲୋଡିଛନ୍ତି ପ୍ରଯୋଜକ। ସେ ମାଲକାନଗିରି ଜିଲ୍ଲା ଏସପି ଓ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ଅନୁମତି ମାଗିଛନ୍ତି। ତେବେ ଆମେ ସମସ୍ତେ ଜାଣନ୍ତି ମୈତ୍ରୀ ମୁଭି ମେକର ଦ୍ଵାରା ପ୍ରସ୍ତୁତ ପୁଷ୍ପା ଫିଲ୍ମ ଅନେକ ସଫଳତା ସାଉଁଟିଥିଲା। ଏହାର ସଫଳତା ପରେ ପାର୍ଟ – ୨ କେବେ ଆସିବ ବୋଲି ସମସ୍ତେ ଅପେକ୍ଷାରେ ଥିଲେ। ଏପରି ସମୟରେ ଖୁସି ଖବର ଆସିଥିବା ବେଳେ ଓଡିଶାରେ ଏହା ସୁଟିଂ ହେବା କଥା ସଭିଙ୍କୁ ଆଚମ୍ବିତ କରିଛି। ପୁଷ୍ପା-୨ ଲାଗି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ସୁଟିଙ୍ଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛି ଟିମ୍ ।

ତେବେ ଖୁବଶୀଘ୍ର ଫିଲ୍ମ ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ଜିଲ୍ଲାପାଳ ବିଶାଳ ସିଂ ଓ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀଙ୍କୁ ଲିଖିତ ଭାବେ ସୁଟିଙ୍ଗ ଲାଗି ଅନୁମତି ଲୋଡିଛି ଟିମ୍ । ଚଳଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ଏକମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲବେରେ ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତି ।

ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବଞ୍ଚିଛି ପୁଷ୍ପା । ବହୁ ପ୍ରତିକ୍ଷିତ ପାନ ଇଣ୍ଡିଆ ଫିଲ୍ମ ପୁଷ୍ପା-୨ର ଟିଜର ରିଲିଜ୍ ହୋଇଛି । ଖୁବ୍‌ଶୀଘ୍ର ଅଲୁ ଅର୍ଜୁନଙ୍କ ପୁଷ୍ପା ସିନେମାର ଏହି ସିକ୍ୱେଲ ମୁକ୍ତିଲାଭ କରିବ । ଆଉ ତା’ପୂର୍ବରୁ ଟିଜରକୁ ରିଲିଜ୍ କରାଯାଇଛି । ଫୁଲ୍ ଅଫ୍ ଆକ୍ସନ, ଫାଇଟ୍, ଫାୟାର, ଡାଇଲଗ୍ ଏବଂ ଅଲୁଙ୍କ ଜବରଦସ୍ତ ଆଟିଟ୍ୟୁଡ୍ ଟିଜରରେ ନଜର ଆସିଛି ।

ହାଇଭୋଲଟେଜ୍ ଡାଇଲଗ, ସୁପର ଆକ୍ସନ । ଟିଜର ଯଦି ଏମିତି ଧମାକାଦାର ହୋଇଛି ତେବେ ଫିଲ୍ମ କେମିତି ହୋଇଥିବ । ଥରେ ଭାବନ୍ତୁ । ଯାହାକୁ ଅପେକ୍ଷା କରିଥିଲେ ଫ୍ୟାନ, ଯାହାକୁ ଚାତକ ପରି ଚାହିଁ ବସିଥିଲେ । ତାହା ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ସବୁ କଳ୍ପନାଜଳ୍ପନାରୁ ପରଦା ହଟାଇ ରିଲିଜ୍ ହେବାକୁ ଯାଉଛି ପାନ୍ ଇଣ୍ଡିଆର ପପୁଲାର ଫିଲ୍ମ ପୁଷ୍ପା-୨ । ଅଲୁ ଅର୍ଜୁନଙ୍କ ଏହି ଫିଲ୍ମର ପାର୍ଟ ୱାନ ୨୦୨୧ରେ ସାରା ଭାରତରେ ଚହଳ ସୃଷ୍ଟି କରିଥିଲା । କରୋନା ବେଳେ ସିନେମା ଜଗତର ସାହାରା ପାଲଟିଥିବା ଏହି ଫିଲ୍ମର ପାର୍ଟ ୨ ଆସିବ ବୋଲି କୁହାଯାଇଥିଲା ।ହିନ୍ଦି ହାର୍ଟ ବେଲ୍ଟରେ ବେଶ୍ ସଫଳ ହୋଇଥିବା ପୁଷ୍ପାକୁ ନେଇ ଅନେକ କିଛି କାହାଣୀ ବାକି ରହିଛି । ରକ୍ତ ଚନ୍ଦନର ସ୍ମଗଲିଂ କରୁଥିବା ପୁଷ୍ପାର ମୃତ୍ୟୁ କ୍ଲାଇମାକ୍ସରେ ସସପେନ୍ସ ହୋଇ ରହିଛି ।

Leave a Reply

Your email address will not be published. Required fields are marked *