ଗୁଗୁଲ CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ସମ୍ମାନ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଗୁଗୁଲର CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ । ଭାରତର ସବୁଠାରୁ ବଡ ତୃତୀୟ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି ସୁନ୍ଦର ପିଚାଇ । ଆମେରିକୀ ନାଗରିକ ତଥା ତାମିଲନାଡୁ ମଦୁରାଇରେ ଜନ୍ମିତ ସୁନ୍ଦର ପିଚାଇଙ୍କୁ ବ୍ୟାବସାୟିକ ଏବଂ ଉଦ୍ୟୋଗିକ କ୍ଷେତ୍ରର ସଫଳତା ପାଇଁ ୨୦୨୨ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଆମେରିକାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂହ ସନ୍ଧୁ । ଶୁକ୍ରବାର ସାନଫ୍ରାନସିସ୍କୋରେ ଆୟୋଜିତ ଏକ ଭବ୍ୟ ସମାରୋହରେ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପିଚାଇଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ସମ୍ମାନ ସ୍ୱୀକାର କରି ପିଚାଇ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ । ସେ କହିଥିଲେ, ‘ଏହି ସମ୍ମାନ ପାଇଁ ମୁଁ ଭାରତ ସରକାର ଏବଂ ଭାରତବାସୀଙ୍କ ପାଖରେ ହୃଦୟର ସହ କୃତଜ୍ଞ । ମୁଁ ସବୁବେଳେ ଭାରତ ସହ ଯୋଡ଼ି ହୋଇ ରହିଥିବା ପରି ଅନୁଭବ କରେ । ଭାରତ ମୋ ଜୀବନର ଏକ ଅଂଶ ଏବଂ ମୁଁ ଯେଉଁଆଡେ ଯାଏ ଏହି ଅନୁଭବକୁ ସାଥିରେ ନେଇ ଯାଇଥାଏ ।’

ଭାରତ ରାଷ୍ଟ୍ରଦୂତଙ୍କଠାରୁ ଏହି ସମ୍ମାନ ଗ୍ରହଣ କରି ପିଚାଇ କହିଥିଲେ, ଗୁଗୁଲ ଏବଂ ଭାରତ ମଧ୍ୟରେ ଏକ ସମ୍ପର୍କ ଯୋଡି ରହିବ ବୋଲି ମୁଁ ଆଶା କରେ । କାରଣ ଅଧିକ ଲୋକଙ୍କ ପାଖରେ ପ୍ରାଦ୍ୟୋଗିକ ଲାଭ ପଞ୍ଚାଇବା ପାଇଁ ଆମେ ଏକାଠି କାମ କରିବା ।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟୋଗୀ ଦୃଷ୍ଟିକୋଣ ଥ୍ରୀ ଏସ ସ୍ପିଡ, ସିମ୍ପ୍ଲିସିଟି ଏବଂ ସର୍ବିସ ସମ୍ପର୍କରେ ଉଲ୍ଳେଖ କରି ଗୁଗୁଲ ସିଇଓ କହିଥିଲେ, ଭାରତରେ ହେଉଥିବା ଡିଜିଟାଲ କ୍ରାନ୍ତିର ପୂରା ଲାଭ ଯେପରି ଗୁଗୁଲ ଉଠାଇବ ସେ ନେଇ ଆଶା ବ୍ୟକ୍ତି କରିଥିଲେ ।

Leave a Reply

Your email address will not be published. Required fields are marked *