ଭାରତୀୟ ବୈଜ୍ଞାନିକଙ୍କ ବଡ ସଫଳତା ; ଏଣିକି ଭୂକମ୍ପ ପୂର୍ବରୁ ଫୋନକୁ ଆସିବ ମେସେଜ୍

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ : ଭୂକମ୍ପ ହେତୁ ଅନେକ ଧନ-ଜୀବନ ନଷ୍ଟ ହେଉଛି । ଏହାର ସବୁଠାରୁ ବଡ ଉଦାହରଣ ଯାହା ଆମେ ତୁର୍କୀ ଏବଂ ସିରିଆରେ ଦେଖିଲେ । ଭୂକମ୍ପରେ ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ବର୍ତ୍ତମାନ ଭାରତୀୟ ବୈଜ୍ଞାନିକମାନଙ୍କୁ ବଡ ସଫଳତା ମିଳିଛି । ଭୂକମ୍ପ ହେତୁ ଅଧିକ କ୍ଷତି ନହେବା ପାଇଁ ଏକ ଭୂକମ୍ପ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି। ଆଇଆଇଟି ରୁର୍କି ((Earthquake Early Warning System)) ଦ୍ୱାରା ବିକଶିତ କରାଯାଇଛି । ଏହି ସିଷ୍ଟମ ଭୂକମ୍ପର ପ୍ରାୟ ୪୫ ସେକେଣ୍ଡ ପୂର୍ବରୁ ଏକ ଆଲର୍ଟ ଜାରି କରିବ । ଯାହା ଦ୍ୱାରା ଲୋକମାନେ ସଚେତନ ହେବେ ।ଏହି ଉନ୍ନତ ପ୍ରଣାଳୀ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରୁର୍କି ଦ୍ୱାରା ବିକଶିତ ହୋଇଛି ଯାହା ଭୂକମ୍ପ ସେନ୍ସର ଟେକ୍ନୋଲୋଜି ଉପରେ ଆଧାରିତ ।ଏହି ସିଷ୍ଟମ ଗତ ଚାରି ମାସ ମଧ୍ୟରେ ୩ଥର ସଫଳ ଚେତାବନୀ ଦେଇଛି ।

ସୂଚନାଯୋଗ୍ୟ , ଭୂକମ୍ପ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ହେଉଛି ଏପରି ଏକ ପ୍ରକଳ୍ପ ଯାହା ଭାରତୀୟ ପରିସ୍ଥିତି ଅନୁଯାୟୀ ଦେଶର ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ହୋଇଛି । ଭୂକମ୍ପ ବିପଦରେ ରହୁଥିବା ଉତ୍ତରାଖଣ୍ଡର ସାଧାରଣ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୋଇପାରେ । ଯାହା ଠିକ୍ ସମୟରେ ଚେତାବନୀ ଦେଇ ମୂଲ୍ୟବାନ ଜୀବନ ରକ୍ଷା କରିପାରିବ। ଆଇଆଇଟି ରୁର୍କି ଦ୍ୱାରା ବିକଶିତ ଏହି ସିଷ୍ଟମରେ ଉତ୍ତରପ୍ରଦେଶରୁ ନେପାଳ ସୀମା ପର‌୍ୟ୍ୟନ୍ତ ୧୭୦ ସେନ୍ସର ସ୍ଥାପନ କରାଯାଇଛି। ଗତ ବର୍ଷ ନଭେମ୍ବର ଠାରୁ ୩ ଥର ଭୂକମ୍ପର ପ୍ରାୟ ୪୫ ସେକେଣ୍ଡ ପୂର୍ବରୁ ଏହି ସିଷ୍ଟମ ସଫଳ ଚେତାବନୀ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ନଭେମ୍ବର ୮ରେ ଏହି ସିଷ୍ଟମ ୫.୮ ମ୍ୟାଗ୍ନିଚ୍ୟୁଡର ପ୍ରଥମ ଭୂକମ୍ପର ଚେତାବନୀ ଦେଇଥିଲା । ଯାହା ନେପାଳରେ ହୋଇଥିଲା। ସେହିପରି ଦ୍ୱିତୀୟ ଥର ପାଇଁ ୪୫ ସେକେଣ୍ଡ ପୂର୍ବରୁ ଡେହରାଡୁନରେ ଚେତାବନୀ ଦେଇଥିଲା, ଯାହା ନଭେମ୍ବର ୧୨ ରେ ନେପାଳରେ ୫.୪ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିଲା। ଏହା ସହିତ ୨୪ ଜାନୁଆରୀ ୨୦୨୩ ରେ ଡେହରାଡୁନରେ ରହୁଥିବା ଲୋକଙ୍କୁ ଆପ୍ ମାଧ୍ୟମରେ ୪୫ ସେକେଣ୍ଡ ପୂର୍ବରୁ ଭଏସ୍ ମେସେଜ୍ ଏବଂ ମେସେଜ୍ ମାଧ୍ୟମରେ ଭାରତ-ନେପାଳ ସୀମାରେ ହୋଇଥିବା ଭୂକମ୍ପ ବିଷୟରେ ସଚେତନ କରାଯାଇଥିଲା। ଏହି ସେନସର ସିଷ୍ଟମ ବିଷୟରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉଲ୍ଲେଖ କରିଥିଲେ । ନେପାଳ ଓ ଡେହରାଡୁନ ଭଳି ସମ୍ବେଦନଶୀଳ ସ୍ଥାନରେ ଏହି ସିଷ୍ଟମକୁ ଇନଷ୍ଟଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *