ଅନଲାଇନ ଗେମିଂର ଜିଏସଟି ଆଦାୟରେ ଭର୍ତ୍ତି ହୋଇଗଲା ସରକାରଙ୍କ ପକେଟ, କଲେକ୍ସନରେ ୪୦୦ ପ୍ରତିଶତ ବୃଦ୍ଧି

ଦେଶ ବାଣିଜ୍ୟ

ନୂଆଦିଲ୍ଲୀ: ଜିଏସ୍ଟି ପରିଷଦର 54 ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କହିଛନ୍ତି ଯେ, ଅନଲାଇନ୍ ଗେମିଂ ଉପରେ ଜିଏସଟି ଲାଗୁ କରି ସରକାରଙ୍କୁ ଫାଇଦା ମିଳିଛି। ସେ କହିଛନ୍ତି ଯେ, ଅକ୍ଟୋବର 1, 2023 ରୁ ଅନଲାଇନ୍ ଗେମିଂ ଉପରେ 28 ପ୍ରତିଶତ ଟିକସ ଲାଗୁ କରାଯାଇଥିଲା। ସେବେଠାରୁ 6 ମାସରେ ଜିଏସ୍ଟି ସଂଗ୍ରହ 412 ପ୍ରତିଶତ ବୃଦ୍ଧି ପାଇଛି।

ଜିଏସଟି ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ନିର୍ମଳା ସୀତାରମଣ କହିଛନ୍ତି ଯେ, ଅନଲାଇନ୍ ଗେମିଂ, Casino ଏବଂ Horse Race ଉପରେ ଜିଏସ୍ଟି ଲାଗୁ ହେବାର ୬ ମାସ ପରେ ହୋଇଥିବା ରିପୋର୍ଟ ଉପରେ ଆଲୋଚନା କରାଯାଇଛି। ମାତ୍ର ଛଅ ମାସ ମଧ୍ୟରେ ଆମର ରାଜସ୍ୱ 412 ପ୍ରତିଶତ ବୃଦ୍ଧି ହୋଇ 6909 କୋଟିରେ ପହଞ୍ଚିଛି। ପୂର୍ବରୁ ଏହି ସଂଖ୍ୟା 1,349 କୋଟି ଟଙ୍କା ଥିଲା।

ଅକ୍ଟୋବର 1, 2023 ପୂର୍ବରୁ, ଅନେକ ଅନଲାଇନ୍ ଗେମିଂ କମ୍ପାନୀ 28 ପ୍ରତିଶତ ଜିଏସଟି ଦେଉନଥିଲେ। ଏଥି ପାଇଁ ସେମାନେ କାରଣ ଦର୍ଶାଇଥିଲେ ଯେ, ସ୍କିଲ୍ ଗେମ୍ ଏବଂ ଚାନ୍ସ ଗେମ୍ ପାଇଁ କୌଣସି ପୃଥକ ଟିକସ ନାହିଁ। ଏହା ପରେ କେନ୍ଦ୍ର ସରକାର ଜିଏସଟି ଆକ୍ଟରେ ପରିବର୍ତ୍ତନ କରିଥିଲେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ 6 ମାସ ମଧ୍ୟରେ କାଜିନୋରୁ ଆୟ 30 ପ୍ରତିଶତ ବୃଦ୍ଧି ପାଇ 214 କୋଟିରେ ପହଞ୍ଚିଛି। ଏହା ପୂର୍ବରୁ ଏହା 164.6 କୋଟି ଟଙ୍କା ଥିଲା।

Leave a Reply

Your email address will not be published. Required fields are marked *