ଗୁଣୁପୁରରେ ଜାତୀୟ ସଦଭାବନା ଦିବସ ପାଳିତ

Top Storise ରାଜ୍ୟ

ଗୁଣୁପୁର: ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, କେନ୍ଦ୍ର ସମାଜ କଲ୍ୟାଣ ବୋର୍ଡ ନୂଆଦିଲ୍ଲୀ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଜାତୀୟ ସଦଭାବନା ଦିବସ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଂରଜନ ନାୟକ, ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଚୌଧୁରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏ.ଶ୍ରୀନିବାସ ଆଚାରୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ, ଉପଖଣ୍ଡ ସୂଚନା ଏବଂ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ରଶ୍ମିରାଣୀ ନିମାକା, ସାହାର ପରିବାର ପରାମର୍ଶ କେନ୍ଦ୍ରର ସଚିବ ପ୍ରମୋଦ କୁମାର ସାହୁ ଓ ବରିଷ୍ଠ ଓକିଲ ଶ୍ରମୀତୀ ଜୟଶ୍ରୀ ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ । ତା ଛଡା ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ସରକାରୀ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ସଦଭାବନା ଦିବସରେ ଜାତି, ଧର୍ମ, ବ୍ୟକ୍ତି ଓ ସମ୍ପ୍ରଦାୟକୁ ଉର୍ଦ୍ଧ୍ୱରେ ରଖି ସମ୍ବିଧାନର ନିୟମ ମୁତାବକ ସମାଧାନ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଉପସ୍ଥିତ ଅତିଥୀଙ୍କୁ ଶପଥ ପାଠ କରାଇଥିଲେ ।

Leave a Reply

Your email address will not be published. Required fields are marked *