ଗୁଣୁପୁର ପୌରପରିଷଦ ଭତ୍ତା ଆତ୍ମସାତ୍ ମାମଲା: ଟାକ୍ସ କଲେକ୍ଟରଙ୍କୁ ଗିରଫ କଲା ଭିଜିଲାନ୍ସ

Top Storise ରାଜ୍ୟ

ଗୁଣୁପୁର: ଗୁଣୁପୁର ପୌରପରିଷଦ ଭତ୍ତା ଆତ୍ମସାତ୍ ମାମଲା। ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ରକାଯାଇଛି । ଆଉ ସେପଟେ ପୌରପରିଷଦରେ କର୍ମଚାରୀ ଅଭାବ ଦେଖିବାକୁ ମିଳିଛି। ୨୦୧୮-୧୯ ଅଡିଟ ରିପୋର୍ଟ ଆଧାରରେ ଜଣେ ଟାକ୍ସ କଲେକ୍ଟର ପ୍ରାୟ ୨୬ଲକ୍ଷ ଟଙ୍କା ଭତ୍ତା ଆଉ କଣେ କ୍ୟାସିଅର ୫ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ଏହି ଆଧାରରେ ମାମଲା ରୁଜୁ ହୋଇଥିବା ବେଳେ କଣେ ଟାକ୍ସ କଲେକ୍ଟରଙ୍କୁ କିଭଳି ଅର୍ଥ ବିଭାଗ ଭଳି ଦାୟିତ୍ୱ ଦିଆଗଲା ସେ ନେଇ ଉଠିଛି ପ୍ରଶ୍ନ?

ପୌରପରିଷଦ ରେ କୌଣସି କିରାଣୀ କିମ୍ବା ହେଡ଼ କିରାଣୀ ନ ଥିଲେ କି ? ଯଦି ଥିଲେ ତାଙ୍କୁ କାହିଁକି  ଅର୍ଥ ବିଭାଗ  ଦାୟିତ୍ୱ ଦିଆ ଗଲା ନାହିଁ ? ଏସବୁ ସତ୍ୱେ କାହା ସ୍ୱାର୍ଥ ରେ ଜଣେ ଅନଭିଜ୍ଞଙ୍କୁ ଏଭଳି ଗୁରୁ ଦାୟିତ୍ୱ ଦିଆ ଗଲା ? ଏସବୁ ଭିଜିଲାନ୍ସ ର ତଦନ୍ତ ପରିସର ଭୁକ୍ତ ହେଲେ କେବଳ ଗୋଟିଏ ବର୍ଷର ଅର୍ଥ ଆତ୍ମସାତ ନୁହଁ ପ୍ରାୟ କୋଡିଏ ବର୍ଷ ରେ ପାର୍କ ନିର୍ମାଣ ଭଳି ବହୁ ଜନ ହିତକର ଯୋଜନା ସହ ଦୈନିକ ବଜାର ରୁ ଟିକସ ଆଦାୟ ଅର୍ଥ ବାଟମାରଣା ହେଉଥିବା ଘଟଣା ସ୍ପଷ୍ଟ ହୋଇପାରିବ ।

ଏ ସମସ୍ତ ଘଟଣା ପ୍ରତି ଦୃଷ୍ଟି ଦିଆଗଲେ ପୌରପରିଷଦରେ ହୋଇଥିବା ଆତ୍ମସାତ୍ ଘଟଣା ପର୍ଦ୍ଦାଫାଶ ହୋଇପାରିବ। ସେପେଟ ଭିଜିଲାନ୍ସ ତନାଘନା ଆରମ୍ଭ ହୋଇଥିବା ବେଳେ ଏକ ସେଠାରେ କର୍ମଚାରୀ ମରୁଡି ଦେଖିବାକୁ ମଳିଛି।

Leave a Reply

Your email address will not be published. Required fields are marked *