ଅଭିଯୁକ୍ତ ମାଡ଼ରେ ଘାଇଲା ପୋଲିସ୍

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ । ଖସିଜିବାକୁ ଉଦ୍ୟମ କରିବା ସମୟରେ ଅଭିଯୁକ୍ତକୁ ଧରିନେଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି କପିଳେଶ୍ୱର ଅଞ୍ଚଳର ଟିକୁ ମାଲିଆ । ଅଭିଯୁକ୍ତ ପାଖରୁ କାଠ ପଟା ଜବତ କରିବା ସହ ପୋଲିସ ଟିକୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ସଂପୃକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଶ୍ରୀଲିଙ୍ଗରାଜ ଥାନାରେ ୩ଟି ମାମଲା ଥିଲା। ବିଶ୍ଵସ୍ତ ସୂତ୍ରରୁ କଳିଳେଶ୍ୱର ମନ୍ଦିର ନିକଟରେ ସେ ଥିବାର ଖବର ପାଇ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ତାଙ୍କୁ କାବୁ କରିବା ବେଳେ ସେ ଉତକ୍ଷିପ୍ତ ହୋଇ ପୁଲିସ୍ କର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ଗୋଟିଏ କାଠ ପଟାରେ ଅଭିଯୋଗକାରୀ ପୁଲିସ୍ କର୍ମୀଙ୍କୁ ପିଟିଥିଲେ। ପରେ ପୁଲିସ୍ ତାଙ୍କୁ କାବୁ କରି ଥାନାକୁ ଆଣିଥିଲେ ଏବଂ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ଅଭିଯୁକ୍ତଙ୍କ ନାମରେ ୨୦୦୭ ମସିହାରେ ଏୟାରଫିଲ୍ଡ ଥାନାରେ ଗୋଟିଏ ମାମଲା ଏବଂ ୨୦୧୬, ୨୦୧୮ ଓ ୨୦୧୯ ମସିହାରେ ଶ୍ରୀ ଲିଙ୍ଗରାଜ ଥାନାରେ ଗୋଟିଏ ଲେଖାଏଁ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଗତକାଲି ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା। ସେ ଜଣେ ଅଭ୍ୟାସଗତ ଅପରାଧି ହୋଇଥିବାରୁ ତାଙ୍କ ବିରୁଦ୍ଧରେ ୧୧୦ ଉକ୍ସକ୍ଟ୍ରମ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *