ହର୍ ଘର୍ ତ୍ରିରଙ୍ଗା ଅଭିଯାନ: ସ୍ୱୟଂସହାୟିକା ଗୋଷ୍ଠୀ ବାଣ୍ଟିଲେ ଜାତୀୟ ପତାକା

Top Storise ରାଜ୍ୟ

କରଞ୍ଜିଆ: ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ରତାର ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଦେଇଛନ୍ତି । ଏହି ପ୍ରରିପେକ୍ଷୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କି ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପରିବାରକୁ ମାଗଣାରେ ଜାତୀୟ ପତାକା ବଣ୍ଟନ କରାଯିବ ।

ଏଣୁ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ପରାମର୍ଶ କ୍ରମେ କରଞ୍ଜିଆରେ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଦ୍ୱାରା ଘର ଘର ବୁଲି ବିନା ମୂଲ୍ୟରେ ଜାତୀୟ ପତାକା ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ମାତୃଶକ୍ତି ମହାସଂଘର ନଡ଼ିଆ ରାଣୀ, ବାବା ବୈଦ୍ୟନାଥ, ମା ତ୍ରିଷକ୍ତି, ଜଗାବିଶ୍ୱ ,କାହ୍ନା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଘର ଘର ବୁଲି ଜାତୀୟ ପତାକା ବଣ୍ଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରିତାରାଣୀ ଦାସ, କଳ୍ପନା ମହାନ୍ତି, ତପସ୍ୱିନୀ ରାଜ, ଗୀତା ନାଏକ, ବବିତା ପୁଥାଳ, ଆଲୋଚନା ନାଏକ, ସୁଶାନ୍ତି ପୁଥାଳ, ଗୁରୁବାରୀ କୋଇରୀ, ଶାନ୍ତିଲତା ନାଏକ, ରୀନା ଜେନା ପ୍ରମୁଖ ପତାକା ବଣ୍ଟନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଏହି ମହାନ ଉଦ୍ଦେଶ୍ୟ ବାବଦରେ ବୁଝାଇଥିଲେ । ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *