ଏଚସିଜି ପଣ୍ଡା କ୍ୟାନସର ହସପିଟାଲର ବଡ ସଫଳତା, ବୋନ କ୍ୟାନସର ରୋଗୀଙ୍କର ହେଲା ସଫଳ ଅସ୍ତ୍ରୋପଚାର

Top Storise ରାଜ୍ୟ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏଚସିଜି ପଣ୍ଡା କ୍ୟାନସର ହସପିଟାଲ, କଟକର ଡାକ୍ତରଗଣ ଅଷ୍ଟି ଓସାରକୋମା (ଏକ ପ୍ରକାର କ୍ୟାନସର ଯାହା ଅସ୍ଥିର କୋଷିକାଗୁଡିକରୁ ଆରମ୍ଭ ହୋଇଥାଏ) ରେ ଆକ୍ରାନ୍ତ ଜଣେ ୧୩ ବର୍ଷ ବୟସ୍କ ବାଳକର ବାମ ଗୋଡ ନିମ୍ନ ଭାଗରେ ଏକ ଲୋୟର ଲିମ୍ବ ସାଲଭେ ସର୍ଜରୀ କରିଛନ୍ତି । ଏହି ଅସ୍ତ୍ରୋପଚାର ଡାକ୍ତରମାନଙ୍କୁ ପ୍ରଭାବିତ ଅସ୍ଥି ଅଂଶକୁ ବାହାର କରିଦେଇ ଏବଂ ସେହି ସ୍ଥାନରେ ପ୍ରୋସଥେଟିକ୍ସ ଖଞ୍ଜି ଉକ୍ତ ବାଳକର ଅଙ୍ଗକୁ ସୁରକ୍ଷିତ ରଖିବାରେ ସହାୟକ ହୋଇପାରିଛି । ଏହି ଅନ୍ୟାନ୍ୟ ଅସ୍ତ୍ରୋପଚାର ଡା.ଜ୍ୟୋତି ରଞ୍ଜନ ସ୍ୱାଇଁ, ସର୍ଜିକାଲ ଅଙ୍କୋଲୋଜିଷ୍ଟ, ଏଚସିଜି ପଣ୍ଡା କ୍ୟାନସର ହସପିଟାଲ, କଟକ, ଡା.କ୍ଷିତୀଶ ମହାନ୍ତି, ଅର୍ଥୋପେଡିକ ଅଙ୍କୋଲୋଜିଷ୍ଟ, ଏଚସିଜି ପଣ୍ଡା କ୍ୟାନସର ହସପିଟାଲ, କଟକ ଏବଂ ସେମାନଙ୍କ ଚିକିତ୍ସା ଦଳ ଦ୍ୱାରା ସମ୍ପାଦନ କରାଯାଇଥିଲା । ୧୩ ବର୍ଷର ବାଳକ ଚନ୍ଦ୍ର (ତାହାର ପରିଚୟ ଗୋପନ ରଖିବାକୁ ନାମ ପରିବର୍ତ୍ତନ କରାଯାଇଛି) ଯେତେବେଳେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଗଲା, ସେତେବେଳେ ତାହାର ପିତା ମାତା ଦୁଃଖରେ ଭାଙ୍ଗିପଡିଲେ । ଏକ ନିମ୍ନ ସାମାଜିକ-ଅର୍ଥନୈତିକ ପରିବାରରୁ ଆସିଥିବା ଏହି ଦମ୍ପତି ସେମାନଙ୍କ ପୁଅକୁ ଏଭଳି ରୋଗରୁ ଆରୋଗ୍ୟ କରିବା ନିମନ୍ତେ ଯାହା ସମ୍ଭବ ତାହା କରିଥିଲେ, ତେବେ ସେମାନଙ୍କୁ କୁହାଯାଇଥିଲା ଯେ ପୁଅର ଜୀବନ ରକ୍ଷା କରିବାକୁ ହେଲେ ତାହାର ଗୋଡ କାଟିବାକୁ ପଡିବ ଏବଂ ତାକୁ ଉନ୍ନତ ପ୍ରଯୁକ୍ତି ସୁବିଧା ଥିବା ଏକ ଅତ୍ୟାଧୁନିକ ହସପିଟାଲକୁ ପଠାଯାଇଥିଲା, ଯାହା ଉକ୍ତ ପରିବାର ପାଇଁ ଆର୍ଥକ ବୋଝ ପାଲଟିଥିଲା । ପୁଅର ଚିକିତ୍ସା ଖର୍ଚ୍ଚ ତୁଲାଇବାକୁ ଅସମର୍ଥ ଥିବା ଏହି ପରିବାର ଯେତେବେଳେ ଡା.ଜ୍ୟୋତିରଞ୍ଜନ ସ୍ୱାଇଁ, ସର୍ଜିକାଲ ଅଙ୍କୋଲୋଜିଷ୍ଟ, ଏଚସିଜି କ୍ୟାନସର କେମୋଥେରାପି ଆରମ୍ଭ କରାଯାଇଥିଲା ।

ରୋଗୀର ସ୍ୱାସ୍ଥ୍ର୍ୟାବସ୍ଥା ସଂପର୍କରେ ପ୍ରକାଶ କରି ଡା. କ୍ଷିତୀଶ ମହାନ୍ତ, ଅର୍ଥୋପେଡିକ ଅଙ୍କୋଲୋଜିଷ୍ଟ, ଏଚସିଜି ପଣ୍ଡା କ୍ୟାନସର ହସ୍ପିାଟାଲ କଟକ କହିଛନ୍ତି , ଚାରିଥର କେମୋଥେରାପି ପରେ ଆମେ ପୁନର୍ବାର ଏମଆରଆଇ ଏବଂ ପେଟ୍ ସିଟି ସ୍କାନ କରିଥିଲୁ । ସୌଭାଗ୍ୟକୁ ବୋନ ଟ୍ୟୁମର ଟିବିଆଇରେ, ଆଣ୍ଠୁର ଏକ ସେଣ୍ଟିମିଟର ତଳକୁ ରହିଥିଲା । ଏବଂ ତାହା ନ୍ୟୁରୋଭାସ୍କୁଲା ଏବଂ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଶାରୀରିକ ସଂରଚନାକୁ ପ୍ରଭାବିତ କରି ନଥିଲା । ଟ୍ୟୁମର ର ଦୈର୍ଘ୍ୟ ୧୦ ରୁ ୧୭ ସେଣ୍ଟିମିଟର ଥିଲା ଏବଂ ଏଥି ସହିତ ରକ୍ତବାହୀ ନଳୀ ସଂପୃକ୍ତ ନଥିଲା । ତେଣୁ ଉକ୍ତ ବାଳକ ଶରୀରରେ ଲିମ୍ବ ସାଲଭେ ସର୍ଜରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହା କେବଳ ଟ୍ୟୁମରକୁ କାଟି ବାହାର କରିନଥିଲା । ତାହା ସହିତ ଉକ୍ତି ଅସ୍ଥିତ ଏବଂ ସୁଦାୟ ଆଣ୍ଠୁ ବଦଳରେ ପ୍ରୋସଥେଟିକ୍ସ ଲଗାଯାଇଥିଲା ।

ଏହି ଅସ୍ତ୍ରୋପଚାର ପ୍ରକ୍ରିୟା ସମୟରେ ଡାକ୍ତରୀଦଳ ଟ୍ୟୁମର, ତାହାର ନିକଟବର୍ତ୍ତୀ ଅସ୍ଥି ଏବଂ ତାହା ଚାରିପଟେ ଥିବା ଟିସ୍ୟୁ ଗୁଡିକୁ ବାହାର କରିବାକୁ ଟିବିଆ (ଗୋଡର ଅସ୍ଥି)ରେ ୧୯ ସେଣ୍ଟିମିଟର କାଟିଥିଲେ । ପରେ ଏହି ସ୍ଥାନରେ ପ୍ରୋସଥେଟିକ୍ସ ଲଗାଯାଇଥିଲା । ଉକ୍ତ ଟ୍ୟୁମର ଯଦି ଆଉ ଏକ ସେମି ବୃଦ୍ଧି ପାଇଥାନ୍ତା ଅଥବା ସେଥି ସହିତ କୌଣସି ରକ୍ତବାହୀ ନଳୀ ଅଥବା ସ୍ନାୟୁର ସଂଯୃକ୍ତି ତାନ୍ତା ତେବେ ତାହାର ପରିଣତି ଭୟାବହ ହୋଇଥାନ୍ତି । ଡାକ୍ତରୀ ଦଳ ରୋଗୀର ସ୍ଥିତି ଏବଂ ପ୍ରତ୍ୟେକଟି ଚିତ୍ରକୁ ଯତ୍ନର ସହ ଅନୁଶୀଳନ କରିବା ପରେ ବାଳକକୁ ବିନା କୌଣସି ଅକ୍ଷମତାରେ ନୂଆ ଜୀବନ ଦେବାକୁ ସମ୍ମିଳିତ ଭାବେ କାର୍ଯ୍ୟ କରିଥିଲେ ।

ଡା.ଜ୍ୟୋତି ରଞ୍ଜନ ସ୍ୱାଇଁ, ସର୍ଜିକାଲ ଅଙ୍କୋଲୋଜିଷ୍ଟ, ଏଚସିଜି ପଣ୍ଡା କ୍ୟାସର ହସପିଟାଲ, କଟକ କହିଛନ୍ତି, “ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ନାବାଳକ ଗୋଡରୁ ଏକ ବିରାଟ ଟ୍ୟୁମର କାଢିବାକୁ ତା’ ଦେହରେ ଏକ ଲୋୟର ଲିମ୍ବ୍‍ ସାଲଭେ ସର୍ଜରୀ କରିଛନ୍ତି ଏବଂ ଏହା ବିରାଟ ସଫଳତା ହୋଇଛି ଯାହା ଆମକୁ ଗର୍ବିତ କରିବା ସହିତ ସେହି ସମୟରେ ବିନୟୀ କରାଉଛି । ଆମେ ଡାକ୍ତର ଭାବରେ ଅତିମାତ୍ରାରେ ସନ୍ତୋଷ ଅନୁଭବ କରୁଛୁ ଏବଂ ଚନ୍ଦ୍ରର ପିତାମାତାଙ୍କ ମୁହଁରେ ହସ ଦେଖି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛୁ । ଚନ୍ଦ୍ର ବିନା କୋ÷ଣସି ସହାୟତାରେ ଖୁବ୍‍ଶୀଘ୍ର ଚାଲିବାକୁ ସକ୍ଷମ ହେବ ଏବଂ ତାର ଉଜ୍ଜ୍ୱଳ ଭବିଷ୍ୟତ ନେଇ ଆମେ ଆଶାବାଦୀ ଅଛୁ ।”

ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇ ରେଖା, ରୋଗୀର ମା’ କହିଛନ୍ତି, “ଆମ ପୁଅ ତାହାର ବାମ ଗୋଡରେ ଟ୍ୟୁମରକୁ ନେଇ ଖୁବ୍‍ କଷ୍ଟ ପାଉଥିଲା ଏବଂ ଅନେକ ହସପିଟାଲରେ ଡାକ୍ତରମାନେ କହିଥିଲେ ଯେ ଗୋଡକୁ କାଟିବା ଏକମାତ୍ର ଉପାୟ ହେବ । ଆମେ ସର୍ବନିମ୍ନ ଆଶା ନେଇ ଏଚସିଜି ପଣ୍ଡା କ୍ୟାନସର ହସପିଟାଲକୁ ଆସିଥିଲୁ, କିନ୍ତୁ ଡା.ଜ୍ୟୋତି ଏବଂ ତାଙ୍କର ଡାକ୍ତରୀଦଳ ଏହା ସମ୍ଭବ କରିପାରିଛନ୍ତି ଏବଂ ଚନ୍ଦ୍ରକୁ ନୂଆ ଜୀବନ ଦେଇଛନ୍ତି । ମୁଁ ଡା.ଜ୍ୟୋତି, ଡା.କ୍ଷିତୀଶ ଏବଂ ଏଚସିଜିର ସମୁଦାୟ ଚିକିତ୍ସାକାରୀ ଦଳକୁ ମୋ ପିଲାର ଗୋଡ ସୁରକ୍ଷିତ ରଖିଥିବାରୁ ଧନ୍ୟବାଦ ଜଣାଉଛି ।” ଅସ୍ତ୍ରୋପଚାର ପରେ ରୋଗୀ ଦ୍ରୁତଗତିରେ ଆରୋଗ୍ୟଲାଭ କରିଥିଲା ଏବଂ ଠିକ୍‍ ତାହା ପରଦିନଠାରୁ ସହାୟତା ନେଇ ଚାଲିବା ଏବଂ ଫିଜିଓଥେରାପି କରିବା ଭଳି ପୁନର୍ବାସ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଜଣେ ଅତ୍ୟାଧିକ ଯନ୍ତ୍ରଣା, ପରିଲକ୍ଷିତ ହେବାଭଳି ଫୁଲା, ଆଳସ୍ୟପଣ ଅଥବା ଅନିଚ୍ଛାକୃତ ଓଜନ ହାନି ଭଳି କ୍ୟାନସରର ଲକ୍ଷଣଗୁଡିକ ଅନୁଭବ କରନ୍ତି, ତେବେ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *