ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା: ଜନଜୀବନ ପ୍ରଭାବିତ

Top Storise ଦେଶ- ବିଦେଶ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ। ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁଁ ଭୂସ୍ଖଳନ ହେବା ଫଳରେ ପାହାଡ଼ ଧସି ବଡ଼ବଡ଼ ପଥର ଖଣ୍ଡ ଖସିବା ଯୋଗୁଁ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ଫସି ରହିଥିଲେ। ରିଆସୀ ଜିଲ୍ଲାରେ ବନ୍ୟାଜଳରେ ଭାସି ଯାଇଥିବା ୫ ଜଣଙ୍କୁ ପୋଲିସ ଉଦ୍ଧାର କରିଛି। ପରିସ୍ଥିତି ଜଟିଳ ଥିବା ଯୋଗୁଁ କ୍ଷିତୱାଡା଼ , କୁଲଗାଓଁ, ବାରମୂଳା, କୁପାୱାଡ଼ା, ଅନନ୍ତନାଗ, ଦୋଦା ଏବଂ ରାମବନ ଆଦି ଜିଲ୍ଲାଗୁଡ଼ିକରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ଘର ଭାଙ୍ଗିଛି ଏବଂ ନଦୀଗୁଡ଼ିକରେ ବଢ଼ି ଆସିଛି। ଚେନ୍ନାବ ଏବଂ ଏହାର ଶାଖାନଦୀଗୁଡ଼ିକରେ ପ୍ରବଳ ବନ୍ୟା ଆସିଥିବାରୁ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ, ଦୋଦା ଏବଂ ରାମବନ ଜିଲ୍ଲା ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକୁ ହାଇଆଲର୍ଟ ଘୋଷଣା କରାଯାଇଛି। ଶ୍ରୀନଗର ସହରର ତଳିଆ ଅଞ୍ଚଳ ଏବଂ ଅନ୍ୟ ଇଳାକାଗୁଡ଼ିକରେ ପାଣିଜମି ରହିଥିବାରୁ ହଠାତ୍ ବଢ଼ି ଓ ଭୂସ୍ଖଳନ ଘଟିବା ନେଇ ଆଶଙ୍କା କରୁଛନ୍ତି। ପାଗରେ ସାମାନ୍ୟ ସୁଧାର ଆସିଥିବାରୁ ଭୟଭୀତ ନହେବା ପାଇଁ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *