ରିମାଣ୍ଡର ଶେଷ ଦିନରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନାଙ୍କୁ ବାନ୍ଧିଲା ଇଡି

Top Storise ରାଜ୍ୟ

‍‍ଭୁବନେଶ୍ୱର: ଗତ ୭ ଦିନ ଧରି ଜେରା କରିବା ପରେ ଶେଷରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ବାନ୍ଧିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି)। ଆଜି ରିମାଣ୍ଡର ଶେଷ ଦିନରେ ତାଙ୍କୁ ଗିରଫ କରିଛି। ମନି ଲଣ୍ଡରିଂ ଆକ୍ଟରେ ତାଙ୍କୁ ଆକ୍ଟରେ ଅର୍ଚ୍ଚନାଙ୍କୁ ବାନ୍ଧିଛି କରିଛି ଇଡି। ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା।

ଗତ ୬ ତାରିଖରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇଥିଲା। ବେଆଇନ୍‌ କାରବାରକୁ ନେଇ ଇଡି ଅଫିସ୍‌ରେ ତାଙ୍କୁ ଘନଘନ ଜେରା କରାଯାଇଥିଲା। ହେଲେ ଅର୍ଚ୍ଚନା ମୁହଁ ଖୋଲିନଥିଲେ। ଆଜି ଶେଷ ଦିନରେ ତାଙ୍କୁ ଗିରଫ କରି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦୁଙ୍କୁ ମଧ୍ୟ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଛି। ଅର୍ଚ୍ଚନାଙ୍କୁ ୭ ଦିନ ଓ ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଛି।

ବ୍ଲାକମେଲିଂ, ହନିଟ୍ରାପ୍‌, ଅର୍ଥ କାରବାର ଭଳି ସଙ୍ଗୀନ ମାମଲାରେ ଇତି ପୂର୍ବରୁ ଶ୍ରଦ୍ଧାଞ୍ଜଳି ବେହେରା, ଅର୍ଚ୍ଚନାଙ୍କ ବିଜନେସ୍‌ ପାର୍ଟନର୍ ଖଗେଶ୍ୱର ପାତ୍ର, ଡ୍ରାଇଭର ଚନ୍ଦନ, ବ୍ୟବସାୟୀ, ପ୍ରଯୋଜକଙ୍କୁ ଜେରା କରିସାରିଥିଲା ଇଡ଼ି। ପରେ ଖଗେଶ୍ୱରଙ୍କୁ ରାତି ଅଧିଆ ଉଠାଇ ଆଣି ଗିରଫ କରିଥିଲା।

ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ସତ ଓଗାଳିବା ପାଇଁ ଚେଷ୍ଟା କରିଥିଲା ଇଡି। ଗତ ୭ ଦିନ ଧରି ତାଙ୍କୁ ଘନ ଘନ ଜେରା କରିଥିଲା। ହେଲେ ମିଡ଼ିଆ ସାମ୍ନାରେ ଫଁ’ ଦେଖାଉଥିବା ଅର୍ଚ୍ଚନା ଇଡି ଆଗରେ ଚୁପ୍ ରହିଥିଲା। ତଦନ୍ତରେ ସହଯୋଗ କରିନଥିବା ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *