ସାଧାରଣ ଭାବରେ ଚଳଚ୍ଚିତ୍ର ଦେଖିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏଥିମଧ୍ୟରୁ ଅନେକ ହରୋର୍ ମୁଭି ଦେଖିବାକୁ ଭଲ ପାଆନ୍ତି । ଅନ୍ୟ ଅର୍ଥରେ କହିଲେ ଚଳଚ୍ଚିତ୍ର ହେଉଛି ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ । କିନ୍ତୁ ଲଗାତର ଭାବରେ ଏହାର ଅଭ୍ୟାସ ଦ୍ୱାରା ଅନେକ କ୍ଷତି ହୋଇଥାଏ । ଏକ ଅନୁଧ୍ୟାନ ଅନୁସାରେ ଜଣାପଡିଛି ଯେ ଆମମାନଙ୍କ ମଧ୍ୟରୁ ୯ ପ୍ରତିଶତ ଲୋକ ହରର୍ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି । ଭୟ ଲାଗିଲେ ବି ଶେଷ ଦୃଶ୍ୟ ପର୍ଯ୍ୟନ୍ତ ଦେଖିବାର ମଜା ନିଆର ବୋଲି କେତେକ ଦର୍ଶକ ମତ ଦେଇଛନ୍ତି । ସାମୟିକ ଆନନ୍ଦ ଦେଉଥିବା ଏହି ହରୋର୍ ଚଳଚ୍ଚିତ୍ର ଶରୀର ଉପରେ କୁପ୍ରଭାବ ପକାଇଥାଏ । ଗବେଷକଙ୍କ ମତ ଅନୁସାରେ ଅଧିକ ହରୋର୍ ଚଳଚ୍ଚିତ୍ର ଦେଖିଲେ ଏହାର ପ୍ରଭାବ ଦୃଷ୍ଟିଶକ୍ତି ଉପରେ କୁପ୍ରଭାବ ପଡିଥାଏ । ସବୁଦିନ ହରୋର୍ ଚଳଚ୍ଚିତ୍ର ଦେଖୁଥିବା କେତେଜଣଙ୍କୁ ଏହି ଅନୁଧ୍ୟାନରେ ସାମିଲ୍ କରି ଏକ ଅନୁଧ୍ୟାନ ହୋଇଥିଲା ଯେଉଁଥିରୁ ପ୍ରକାଶ ପାଇଥିଲା ଯେ ଏହାଦ୍ୱାରା ୩୦ ପ୍ରତିଶତ ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥିଲା । ଏହାର କାରଣ, ହରୋର ଚଳଚ୍ଚିତ୍ର ଦେଖିବା ସମୟରେ ଦର୍ଶକ ଏକ ଲୟରେ ପରଦାକୁ ଚାହିଁ ରହନ୍ତି । ନିର୍ଦ୍ଧିଷ୍ଟ ସମୟ ଅନ୍ତରାଳରେ ଆଖିକୁ ବିଶ୍ରାମ ନମିଳିବାରୁ ଆକିଡୋଳା ପ୍ରଭାବିତ ହୋଇଥାଏ ଓ ବିଭିନ୍ନ ପ୍ରକାର ଚକ୍ଷୁ ସମସ୍ୟା ଦେଖାଦିଏ । ତେଣୁ ହରୋର୍ ଚଳଚ୍ଚିତ୍ର ଦେଖିବା ବେଳେ ନିୟମିତ ବ୍ୟବଧାନରେ ବିରତୀ ନେବା ଆବଶ୍ୟକ । ନଚେତ୍ ହୁଏତ ଖୁବ୍ ଶୀଘ୍ର ଚକ୍ଷୁ ଜନିତ ସମସ୍ୟା ଦେଖାଦେବ ।
