ଓଡ଼ିଆ ଚଳଚ୍ଚିତ୍ର ‘ତୁଳା’ ର ‘ଶୁଭ ମୁହୂର୍ତ୍ତ’

Top Storise ରାଜ୍ୟ

ଭୁବନେଶ୍ୱର: ଫୁଲବାଣୀର ଚର୍ଚ୍ଚିତ ତୁଳା ବେହେରାଙ୍କ ଜୀବନ କାହାଣୀ ଆଧାରିତ ଆର୍ଟମସ୍ ସ୍କ୍ରିନ୍‌ସର ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ସେବା, ସଂଘର୍ଷ ଓ ସମର୍ପଣର ଗାଥା… ‘ତୁଳା’ ର ‘ଶୁଭ ମୁହୂର୍ତ୍ତ’ ଆଜି ୧ ଫେବୃଆରୀ ୨୦୨୬, ରବିବାର ଦିନ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ଯବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ଯ ଅତିଥି ରୁପେ ଯୋଗଦେଇ କହିଥିଲେ ଯେ, ଏଭଳି ମହାନ ବିଭୁତିଙ୍କ ଚରିତ୍ର ଉପରେ ଚଳଚ୍ଚିତ୍ର ନିର୍ମାଣ ନିଶ୍ଚିତ ରୁପେ ଶୁଭ ସଂକେତ । ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବା ସହିତ ସମାଜ ଉପରେ ଏକ ଉତ୍ତମ ପ୍ରଭାବ ବିସ୍ତାର କରିବ । ସ୍ବଂୟ ତୁଳା ବେହେରା ଏହି ଶୁଭ ମୁହୂର୍ତ୍ତରେ ଉପସ୍ଥିତ ରହି ସମସ୍ତଙ୍କୁ ଆଶୀର୍ବାଦ କରିଥିଲେ ।

ଭକ୍ଷାବୃତ୍ତି କରି ଚଳୁଥିବା ତୁଳା ବେହେରା ଏକ ସମୟରେ ନିଜର ସଂଚିତ ସମସ୍ତ ଜମାପୁଞ୍ଜି ଏକଲକ୍ଷ ଟଙ୍କା ଫୁଲବାଣୀର ଶ୍ରୀଜଗନ୍ନାଥ ମନ୍ଦିର ଜୀର୍ଣ୍ଣୋଧାର କାର୍ଯ୍ଯ ପାଇଁ ଦାନ କରି ଦେଇଥିଲେ । ତାଙ୍କର ଏହି ମହତ୍‌ କାର୍ଯ୍ଯ ସେ ସମୟରେ ଦେଶବ୍ଯାପୀ ପ୍ରଶଂସା ତଥା ଆଲୋଚନାର ବିଷୟ ପାଲଟି ଥିଲା । ପରବର୍ତ୍ତୀ ସମୟରେ ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫୁଲବାଣୀ ଗସ୍ତ ସମୟରେ ତୁଳା ବେହେରାଙ୍କୁ ସମ୍ମାନିତ କରିଥିଲେ । ଏହି ଐତିହାସିକ କ୍ଷଣର ଚିତ୍ର ଭାରତ ସରକାରଙ୍କ ବର୍ଷ-୨୦୨୫ କ୍ଯାଲେଣ୍ଡରର ଜାନୁଆରୀ ପୃଷ୍ଠାରେ ସ୍ଥାନିତ ହୋଇଥିଲା ।

ତୁଳା ବେହେରାଙ୍କ ତ୍ଯାଗ ଓ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତିକୁ ପରଦାରେ ଉପସ୍ଥାପନ କରିବ ଚଳଚ୍ଚିତ୍ର ‘ତୁଳା’ । ସିଦ୍ଧାନ୍ତ ମହାପାତ୍ର, ଶୀତଲ ପାତ୍ର, ଅଭିଷେକ ଗିରି ଓ ସମରେଶ ରାଉତରାୟଙ୍କ ଭଳି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପ୍ରସିଦ୍ଧ କଳାକାର ମାନେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ । ଚଳଚ୍ଚିତ୍ରର ପ୍ରଯୋଜନା ଅଜୟ କୁମାର ରାଉତ କରୁଥିବା ବେଳେ ଜିତେନ୍ଦ୍ର ଜେନା ନିର୍ଦ୍ଦେଶନାର ଦାୟିତ୍ବ ଗ୍ରହଣ କରିଛନ୍ତି । ଶ୍ରୀମତୀ ନିବେଦିତା ସାମନ୍ତରାୟ ସହ ପ୍ରଯୋଜକର ଭୂମିକାରେ ଥିବାବେଳେ କାର୍ଯ୍ଯକାରୀ ପ୍ରଯୋଜକର ଭାର ବିକାଶ କୁମାର ରାଉତ ତୁଲାଉଛନ୍ତି ।

Leave a Reply

Your email address will not be published. Required fields are marked *