ମାଟି କାମୁଡ଼ିଥିଲା ପାକିସ୍ତାନ। ଅପରେସନ୍ ସିନ୍ଦୁର ବେଳେ ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଖସାଇ ଦେଇଥିଲା ଭାରତୀୟ ସେନା। ଏହାସହ ପାକ୍ ସେନାର ଆଉ ଗୋଟିଏ ବଡ଼ ଏୟାର କ୍ରାଫଟକୁ ମଧ୍ୟ ଖସାଇ ଦେଇଥିଲା ଭାରତୀୟ ବାୟୁ ସେନା। ଏହା କହିଛନ୍ତି ଭାରତୀୟ ବାସୁସେନା ମୁଖ୍ୟ ତଥା ଚିଫ୍ ଅଫ୍ ଏୟାର ଷ୍ଟାଫ୍ ମାର୍ଶାଲ ଏ ପି ସିଂ ।
ବେଙ୍ଗାଳୁରୁରେ ଆୟୋଜିତ ୧୬ତମ ଏୟାର ଚିଫ୍ ମାର୍ଶାଲ ଏଲ୍ ଏମ୍ କାତ୍ରେ ମେମୋରିଆଲ ଲେକଚର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବାୟୁସେନା ମୁଖ୍ୟ। ଅପରେସନ୍ ସିନ୍ଦୁରରେ ଭାରତୀୟ ସେନା, ପାକ ସେନାର ଆଉ କି କ୍ଷୟକ୍ଷତି ଘଟାଇଥିଲେ, ସେ ସମ୍ପର୍କର ମଧ୍ୟ ବାୟୁସେନା ମୁଖ୍ୟ ସୂଚନା ଦେଇଥିଲେ।ତଥ୍ୟ ରଖିଛନ୍ତି। ଆମେ ଅତିକମରେ ୫ ଯୁଦ୍ଧ ବିମାନ ଓ ଗୋଟିଏ ବିରାଟ ଏୟାରକ୍ରାଫ୍ଟକୁ ଖସାଇଥିଲୁ। ୩୦୦ କିମି ଦୂରରୁ ଏହାକୁ ନଷ୍ଟ କରାଯାଇଥିଲା। ଭାରତୀୟ ସେନା ସ୍ଥଳଭାଗରୁ ଏହି ଆଟାକ କରିଥିଲା।
ବାୟୁ ସେନା ମୁଖ୍ୟ ଏପି ସିଂ ଅପରେସନ ସିନ୍ଦୂର ପୂର୍ବରୁ ଓ ପରେ ଆତଙ୍କବାଦୀ ଆଡ୍ଡା କିଭଳି ଥିଲା ତା’ର ସ୍ୟାଟେଲାଇଟ ଛବି ମଧ୍ୟ ଜାରି କରିଛନ୍ତି। ପାକିସ୍ତାନର ବାହାବଲପୁରରେ ଥିବା ଜୈଶ-ଇ-ମହମ୍ମଦର ମୁଖ୍ୟାଳୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଛବିରୁ କ୍ଷୟକ୍ଷତିର ପରିଣାମ ସ୍ପଷ୍ଟ ହୋଇଛି।ଟାର୍ଗେଟର ଆଖପାଖ ବିଲଡିଂ ସଂପୂର୍ଣ୍ଣ ସୁରକ୍ଷିତ ରହିଥିଲା। ଅପରେସନ ସିନ୍ଦୂର ପରେ ସାରା ବିଶ୍ବ ଦେଖିଥିଲା ଭାରତର ଶକ୍ତି। ଭାରତ ଦେଇଥିଲା ପାକିସ୍ତାନକୁ ମୁହଁଟୋଡ ଜବାବ

