ନୂଆଦିଲ୍ଲୀ: ପ୍ରକାଶ ପାଇଛି କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ(ICSE) ୧୦ମ ଫଳାଫଳ । ଛାତ୍ରଛାତ୍ରୀ ନିଜ ରୋଲ୍ ନମ୍ବର ସାହାଯ୍ୟରେ ନିଜର ରେଜଲ୍ଟ ଦେଖିପାରିବେ ତଥା ଡାଉନଲୋଡ କରିପାରିବେ । ଏଥିପାଇଁ ବୋର୍ଡ ୱେବସାଇଟ୍ cisce.org ଏବଂ results.cisce.org କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ । ଚଚଳିତ ବର୍ଷ ୧୦ମ ଶ୍ରେଣୀରେ ଝିଅମାନେ ଭଲ ରେଜଲ୍ଟ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୯.୯୮ % ରହିଥିବାବେଳେ, ଛାତ୍ରଙ୍କ ପାସ୍ ହାର ୯୯.୯୭ ପ୍ରତିଶତ ରହିଛି ।
ଏମିତି କରନ୍ତୁ ଚେକ୍
୧ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ
୨ ହୋମ ପେଜରେ ଆଇସିଏସଇ ରେଜଲ୍ଟ ୨୦୨୨ ରେଜଲ୍ଟ ଉପରେ କ୍ଲିକ୍ କରିବାକୁ ହେବ
୩ ଏବେ ଲଗଇନ କରିବା ପାଇଁ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଦେବାକୁ ହେବ
୪ ଏହାପରେ ଆପଣଙ୍କ ୧୦ ମ ଆଇସିଏସଇ ରେଜଲ୍ଟ ୨୦୨୨ ସ୍କ୍ରିନରେ ଆସିଯିବ
୫ ଏହାକୁ ଚେକ୍ ଏବଂ ଡାଉନଲୋଡ୍ କରନ୍ତୁ
୬ ଏହାପରେ ଆପଣ ଡିଜିଟାଲ ମାର୍କସିଟ୍ ଡାଉନଲୋଡ କରି ପ୍ରିଣ୍ଟଆଉଟ କାଢ଼ିପାରିବେ
ସୂଚନାଯୋଗ୍ୟ, ଆଇସିଏସଇ ୧୦ ମ ର ସେକେଣ୍ଡ ସେମିଷ୍ଟାର ବୋର୍ଡ ପରୀକ୍ଷା ସିଆଇଏସସିଇ ଦ୍ୱାରା ୨୫ ଏପ୍ରିଲ ରୁ ୨୦ ମେ ୨୦୨୨ ମଧ୍ୟରେ ଆୟୋଜିତ ହୋଇଥିଲା । ପୂର୍ବରୁ ପ୍ରଥମ ସେମିଷ୍ଟାରର ରେଜଲ୍ଟ ସ୍କୁଲକୁ ପଠାଯାଇସାରିଥିଲା ।