କାରରେ କଳା କାଚ ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ

Top Storise ରାଜ୍ୟ

ଭୁବନେଶ୍ୱର: ଏଣିକି କାରରେ ଲାଗିବନାହିଁ କଳା କାଚ । ରାଜଧାନୀରେ କଳା କାଚ ଲାଗିଲେ ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସ ଆରମ୍ଭ କଲା ଏପରି ସ୍ୱତନ୍ତ୍ର ଅଭିଯାନ ।

ତେବେ ବର୍ତ୍ତମାନ ଯାଏଁ ୫୧ଟି ଗାଡିର ଜୋରିମାନା ଆଦାୟ ହୋଇଛି । ଆଗାମୀ ଦିନରେ ଏହି ନିୟମକୁ  ଆହୁରି ଜୋରଦାର କରାଯିବ । ପ୍ରତି ଛକ ଓ ସ୍ଥାନମାନଙ୍କରେ ହେବ ଚେକିଂ । ଯଦି କୌଣସି ମାଲିକ ବାରମ୍ବାର ଏଭଳି  କରିବେ,  ତେବେ ଆଗକୁ ଗାଡି ସିଜ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଏସିପି ।

ତେବେ  ବ୍ଲୁଟୁଥରେ କଥା ହେଲେ ଦେବେ ଫାଇନ୍  ।  ରାଜଧାନୀରେ‌ ଗାଡି ଚାଳକଙ୍କ ପାଇ ସତର୍କବାଣି ।  ନୂତନ ମୋଟରଯାନ ଆଇନ ଧାରା ୧୭୭ ଅନୁଯାୟୀ ପ୍ରତି କାର ଚାଳକଠାରୁ ୫୦୦ଟଙ୍କାରୁ ୧୫୦୦ ଲେଖାଏଁ ଫାଇନ ଆଦାୟ କରିବ ଟ୍ରାଫିକ ପୋଲିସ ।କେବଳ ସେତିକି ଏଥର ବ୍ଲୁଟୁଥରେ ବ୍ୟବହାର କରି କାର ଚାଳକ କାର ଭିତରେ କଥା ହୋଇ ଯାଉଥିଲେ ମଧ୍ୟ ଫାଇନ ଦେବାକୁ ପଡିବ ।

କାରଣ ମୋଟର ଭେଇକିଲ ଆକ୍ଟ ଗାଇଡଲାଇନ ଅନୁସାରେ ୧୮୪ (c)ରେ କାର ଚାଳକଙ୍କ ପାଇ ୫୦୦୦ପର୍ଯନ୍ତ ଫାଇନର ପ୍ରାବଧାନ ରହିଛି । ଯାହାକୁ ନେଇ କମିଶନରେଟ୍ ପୋଲିସର ଟ୍ରାଫିକ ଟିମ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ ।

Leave a Reply

Your email address will not be published. Required fields are marked *