୨ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ୫୦ ହଜାର ଟଙ୍କାର ଫିକ୍ସଡ଼ ଡିପୋଜିଟ

Top Storise ଦେଶ- ବିଦେଶ

ଜୟପୁର: ଆମେ ଦୁଇ-ଆମର ଦୁଇ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏହି ନାରା ଅନେକ ଥର ଶୁଣିବାକୁ ମିଳୁଥିବାବେଳେ ସରକାର ମଧ୍ୟ ଜନସଚେତନତା କରି ୨ଟି ସନ୍ତାନ ଜନ୍ମ ଉପରେ ଜୋର ଦେଉଛନ୍ତି । ଏହାରି ଭିତରେ ଏବେ ରାଜସ୍ଥାନର ମାହେଶ୍ୱରୀ ସମାଜ ପକ୍ଷରୁ ଏମିତି ଏକ ଘୋଷଣା କରାଯାଇଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସମାଜ ପକ୍ଷରୁ କୁହାଯାଇଛି ଯେ ଯଦି କେହି ଦମ୍ପତ୍ତି ୨ରୁ ଅଧିକ ଛୁଆ ଜନ୍ମ କରନ୍ତି ତେବେ ସେମାନଙ୍କୁ ୫୦ ହଜାର ଟଙ୍କାର ଫିକ୍ସଡ଼ ଡିପୋଜିଟ ପ୍ରୋତ୍ସାହନ ରାଶି ଭାବରେ ଦିଆଯିବ । ମାହେଶ୍ୱରୀ ସମାଜ ଦ୍ୱାରା ୨ରୁ ଅଧିକ ସନ୍ତାନ ପ୍ରସବ ପାଇଁ ୫୦୦୦୦ ଟଙ୍କା ଫିକ୍ସଡ଼ ଡିପୋଜିଟ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ଅଖିଳ ଭାରତୀୟ ମାହେଶ୍ୱରୀ ସମାଜର ଅଧ୍ୟକ୍ଷ ରାମକୁମାର ଭୁତଡା କହିଛନ୍ତି ଯେ ଜନସଂଖ୍ୟା ହ୍ରାସ ହେତୁ ମାହେଶ୍ୱରୀ ସମ୍ପ୍ରଦାୟ ବହୁତ ଚିନ୍ତିତ। ଏଭଳି ପରିସ୍ଥିତିରେ, ସମାଜ ବର୍ତ୍ତମାନ ଦୁଇରୁ ଅଧିକ ସନ୍ତାନ ଅର୍ଥାତ୍ ତୃତୀୟ ଏବଂ ଚତୁର୍ଥ ସନ୍ତାନ ଜନ୍ମ କରୁଥିବା ଦମ୍ପତ୍ତିଙ୍କୁ ୫୦ ହଜାର ଟଙ୍କାର ଫିକ୍ସଡ୍ ଡିପୋଜିଟ ଦିଆଯିବ । ଏହାପୂର୍ବରୁ ମାହେଶ୍ୱରୀ ସମ୍ପ୍ରଦାୟ ତୃତୀୟ କନ୍ୟା ସନ୍ତାନ ପାଇଁ ୫୦୦୦୦ ଟଙ୍କା ଏଫଡି ଘୋଷଣା କରିଥିଲା । ଏହି ନିଷ୍ପତ୍ତି ୮ ବର୍ଷ ପୂର୍ବରୁ ନିଆଯାଇଥିଲା, କିନ୍ତୁ ବର୍ତ୍ତମାନ ଏହି ନିୟମ ପୁତ୍ର ସନ୍ତାନଙ୍କ ପାଇଁ ମଧ୍ୟ ଲାଗୁ କରାଯାଇଛି ।

Leave a Reply

Your email address will not be published. Required fields are marked *