ଭବାନୀପାଟଣାରେ ପାରଦ ଛୁଇଁଲା ୪୩ ଡିଗ୍ରୀ

Top Storise ରାଜ୍ୟ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ପାରଦ । କିଛି ଦିନର ଆଶ୍ବସ୍ତି ପରେ ଏବେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗରମ ଓ ଗୁଳୁଗୁଳି । ଏହାରି ଭିତରେ ଆଜି ରାଜ୍ୟର ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ପାରଦ ଛୁଇଁଛି ୪୩ ଡିଗ୍ରୀ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୨.୭ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୩.୮, କଟକରେ ୩୫.୫, ପାରାଦୀପରେ ୩୨.୭, ଭୁବନେଶ୍ବରରେ ୩୫.୯, ଗୋପାଳପୁରରେ ୩୩.୭, ପୁରୀରେ ୩୩.୮, ଅନୁଗୁଳରେ ୩୭.୭, ବାରିପଦାରେ ୩୪, ଝାରସୁଗୁଡ଼ାରେ ୩୮.୬, କେନ୍ଦୁଝରରେ ୩୩.୬, ସମ୍ବଲପୁରରେ ୩୯.୬, ସୁନ୍ଦରଗଡ଼ରେ ୩୩, ହୀରାକୁଦରେ ୩୮.୬, ତାଳଚେରରେ ୩୭.୫୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ବଲାଙ୍ଗିରରେ ତାପମାତ୍ରା ୪୦.୩ ଡିଗ୍ରୀ ଥିବା ବେଳେ କୋରାପୁଟରେ ୩୭, ଫୁଲବାଣୀରେ ୩୯.୨, ଟିଟିଲାଗଡ଼ରେ ୪୧.୨, ସୋନପୁରରେ ୪୧, ଦାରିଙ୍ଗବାଡିରେ ୩୪, ନୟାଗଡ଼ରେ ୩୬, ବୌଦ୍ଧରେ ୩୮, ଛତ୍ରପୁରରେ ୩୩.୬, ପାରଳାଖେମୁଣ୍ଡିରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *