ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

Top Storise ରାଜ୍ୟ

ଭୁବନେଶ୍ୱର : ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର ମାମଲାରେ ରାୟ ଶୁଣାଣି । ସ୍ଥାନୀୟ ଅତିରିକ୍ତ ଦୌରାନ୍ୟାୟାଧୀଶ ଅଦଲତରେ ଗୁରୁବାର ଏହି ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଅତିରିକ୍ତ ଦୌରା ନ୍ୟାୟଧୀଶ ମିନାକ୍ଷୀ ଦାଶ ଅଭିଯୁକ୍ତ ଟୁଡୁ ଓରଫ ସୌମେନ୍ଦ୍ର ନାରାୟଣ ଦାସକୁ ୧୦ ବର୍ଷ କାରାଦଣ୍ଡ ଦେବା ସହ ୩୦ ହଜାର ଟଙ୍କା ଜରିମାନା କରିଛନ୍ତି ।ସୂଚନା ଅନୁସାରେ ପୀଡିତା ଜଣକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର । ସେ ଚାକିରି ଖୋଜିବା ପାଇଁ ୨୦୧୪ରେ ଭୁବନେଶ୍ୱରକୁ ଆସିଥିଲେ ।

ପ୍ରାୟ ୩ ମାସ ହେବ ସେ ରାଜଧାନୀରେ ଏକ ମହିଳା ଛାତ୍ରୀ ନିବାସରେ ରହୁଥିଲେ । ଯୁବତୀଙ୍କ ସହିତ ଅଭିଯୁକ୍ତ ସୌମେନ୍ଦ୍ରଙ୍କ ଜଣାଶୁଣା ହୋଇଥିଲା । ଯୁବତୀ ଚାକିରି ପାଇବା ପାଇଁ ଏକ ଘରୋଇ ସଂସ୍ଥାରେ ଇଣ୍ଟରଭ୍ୟୁ ଦେଇଥିଲେ ।ହେଲେ ଶିକ୍ଷାଗତ ଯୋଗ୍ୟତା କମ ଥିବାରୁ ଯୁବତୀଙ୍କୁ ନିରାଶ ହେବାକୁ ପଡିଥିଲା ।ଏହି ବିଷୟରେ ଜାଣିିବା ପରେ ସୌମେନ୍ଦ୍ର ତାଙ୍କୁ ଉକ୍ତ ସଂସ୍ଥାର ମୁଖ୍ୟଙ୍କ ସହ ଆଲୋଚନା କରିବାକୁ ଡାକିିଥିଲେ । ଯୁବତୀ ଜଣକ ଆସିବା ପରେ ସୌମେନ୍ଦ୍ର ତାଙ୍କୁ ନିଜ ୟୁନିଟ-୪ ସ୍ଥିତ ଏଜି କଲୋନୀ କ୍ୱାଟରକୁ ନେଇଯାଇଥିଲେ ।

ଘର ତାଲା ଖୋଲିବା ବେଳେ ଯୁବତୀ ଜଣକ ପଚାରିବାରୁ ସେ କହିଥିଲେ କମ୍ପାନୀ ଅଧିକାରୀ ତାଙ୍କ କ୍ୱାଟର୍ସକୁ ଆସିବେ । ହେଲେ ଯୁବତୀ ଜଣକ ଘର ଭିତରକୁ ଯିବା ପରେ ସୌମେନ୍ଦ୍ର ତାଙ୍କୁ ବଳାତ୍କାର କରିଥିଲେ । ଖବର ପାଇ ଖାରବେଳ ନଗର ଥାନା ପିସିଆର ଭ୍ୟାନ ସେଠାରେ ପହଁଚି ଯୁବତୀଙ୍କୁ ଉଦ୍ଧାର କରିଥିଲା । ପରେ ଯୁବତୀଙ୍କୁ ମହିଳା ଥାନାରେ ଛାଡିଥିଲା ପୋଲିସ । ପୁଲିସ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ସୌମେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସୁରେଶ କୁମାର ବାରିକ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *