ଭାରତରେ ଆତ୍ମହତ୍ୟା ଯୋଗୁ ମୃତ୍ୟୁବରଣ କରୁଥିଲେ ଦୈନିକ ୩୪ ରୁ ଅଧିକ ଛାତ୍ରଛାତ୍ରୀ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ୨୦୨୦ରେ ଦେଶରେ କରୋନା ଭୂତାଣୁ କବଳରେ ଆସିବା ପରେ ଭାରତରେ ପ୍ରତିଦିନ ୩୪ ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁ ହୋଇଥିବା ସୂଚନା ମିଳିଛି। ଗତ ବର୍ଷରେ ଏହି କାରଣରୁ ୧୨,୫୦୦ ରୁ ଅଧିକ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଥିବା ରିପୋର୍ଟ ହୋଇଛି।

ପୂର୍ବ ବର୍ଷ ତୁଳନାରେ ୨୧ ପ୍ରତିଶତ ବୃଦ୍ଧି ଘଟିଛି। ୧୯୯୫ ମସିହାରୁ ହୋଇଥିବା ତଥ୍ୟ ବିଶ୍ଳେଷଣରୁ ଜଣାପଡିଛି ଯେ ଭାରତ ୧.୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆତ୍ମହତ୍ୟାରେ ମୃତ୍ୟୁବରଣ କରିଥିବା ଯୋଗୁ ହରାଇଛି ଏବଂ ୨୦୨୦ ରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟରେ ପ୍ରକାଶିତ ହୋଇଛି।

ଆତ୍ମହତ୍ୟା ମାମଲାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର। ଅନ୍ୟ ରାଜ୍ୟ ଅପେକ୍ଷା ମୋଟ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ମଧ୍ୟରୁ ମହାରାଷ୍ଟ୍ରରେ ୫୩% (୬୫୯୮) ମାମଲା ରିପୋର୍ଟ ହୋଇଛି। ମହାରାଷ୍ଟ୍ର ପରେ ଏହି ତାଲିକାରେ ଓଡ଼ିଶା, ମଧ୍ୟପ୍ରଦେଶ, ତାମିଲନାଡୁ, ଝାଡଖଣ୍ଡ ଏବଂ କର୍ଣ୍ଣାଟକ ରହିଛନ୍ତି। ଅନ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୫୯୨୮ ଜଣଙ୍କର ଆତ୍ମହତ୍ୟା ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *