ଓଡ଼ିଶାରେ କରୋନା ଟିକାକରଣ ୪କୋଟି ଡ଼ୋଜ୍ ଟପିଲା

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ଼ ଟିକାକରଣରେ ମାଇଲଖୁଣ୍ଟ। ୪କୋଟି ଡ଼ୋଜ୍ ପାର କଲା ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ।

ଡ଼ିସେମ୍ବର ସୁଦ୍ଧା ପ୍ରଥମ ଡ଼ୋଜ୍ ସମ୍ପୂର୍ଣ୍ଣ ସାରିବାକୁ ରାଜ୍ୟ ସରକାର ଟାର୍ଗେଟ୍ ରଖିଛନ୍ତି। ଏଥିପାଇଁ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ରାଜ୍ୟରେ ଟିକାକରଣ କେନ୍ଦ୍ରକୁ ୧୬ଶହରୁ ୨୪ଶହକୁ ବୃଦ୍ଧି କରାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ଯେଉଁ ଗାଁରେ ୧୦୦ରୁ ଅଧିକ ଲୋକ ଟିକା ନେଇନାହାନ୍ତି ସେଠାରେ ଅଧିକ ଟିକାକେନ୍ଦ୍ର ଖୋଲଯାଇଛି। ରାଜ୍ୟରେ ଏବେବି ୩୧ଲକ୍ଷ ଲୋକ ଦ୍ୱିତୀୟ ଡ଼ୋଜ୍ ଅପେକ୍ଷାରେ ଅଛନ୍ତି। ଚଳିତମାସ ୨ତାରିଖରୁ ହର ଘର ଦସ୍ତକ କାର୍ଯ୍ୟକ୍ରମ ପରେ ଦ୍ୱିତୀୟ ଡ଼ୋଜ୍ ୩୫ପ୍ରତିଶତରୁ ବଢ଼ି ୪୦ ପ୍ରତିଶତ ହୋଇଛି।

Leave a Reply

Your email address will not be published. Required fields are marked *