ରାମପୁର, ଆଜମଗଡ଼ରେ ଅଖିଳେଶଙ୍କ ହାତରୁ ଆସନ ଛଡାଇଆଣିଲେ ଯୋଗୀ

Top Storise ଦେଶ- ବିଦେଶ

ଲକ୍ଷ୍ନୈା: ରାମପୁରରେ ବିଜେପି ଜିତିଛି । ରାମପୁର ଲୋକସଭା ଉପନିର୍ବାଚନରେ ଅଖିଳେଶ ଯାଦବଙ୍କୁ ହରାଇଛି ବିଜେପି । ଉତ୍ତରପ୍ରଦେଶର ରାମପୁର ଆସନରେ ଉପ-ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି ବିଜୟୀ ହୋଇଛନ୍ତି। ଘନଶ୍ୟାମ ଲୋଧି ୪୨ ହଜାରରୁ ଅଧିକ ଭୋଟରେ ଜିତିଯାଇଛନ୍ତି । ଏନେଇ ଟୁଇଟ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ସପାର ଅସୀମ ରାଜାଙ୍କୁ ପରାସ୍ତ କରିଛନ୍ତି ।

ଅନ୍ୟପଟେ ଆଜମଗଡ଼ରେ ମଧ୍ୟ ବିଜେପି ଏକ ବଡ଼ ବିଜୟ ହାସଲ କରିଛି  । ଅଦ୍ୟାବଧି ବିଜେପିର ପ୍ରାର୍ଥୀ ଦୀନେଶ ଲାଲ ନିରହୁଆ ଜିତିଛନ୍ତି ।   ସପା ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବଙ୍କୁ ପରାସ୍ତା କରିଥିବା ପ୍ରାଥମିକ ଖବର ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *