ଭୁବନେଶ୍ବର (ବ୍ୟୁରୋ) : “ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ମହିମା, ପଡ଼ିବ କି କେବେ ମନେ?” ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଏହି ଉକ୍ତି ନିଶ୍ଚିତ ଭାବେ ମନରେ ଆସୁଥିବ। ଏହାକୁ ଅନେକ ସମୟରେ ଆମେ ଉଦାହରଣ ସଦୃଶ ମଧ୍ୟ ବ୍ୟବହାର କରିଥାଉ। ହେଲେ ଆଜିର ଯୁବ ପିଢି କେଉଁଠି ଏହାକୁ ନେଇ ଟିକିଏ ଧିମା ପଡ଼ିଛନ୍ତି। ସେଥିପାଇଁ ତ ପ୍ରାଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ କରିବାର କାହାର ସାହାସ ପାଉନାହିଁ।
କିନ୍ତୁ ଆପଣ ଜାଣନ୍ତି କି ଏହା ପ୍ରତିଟି ଭାରତୀୟଙ୍କ ହକ୍ ପ୍ରଶାସନିକ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ପାରିବ। ଏହାକୁ ନେଇ ଆରମ୍ଭ ହେଇଥିବା RTI (ରାଇଟ ଟୁ ଇନଫର୍ମମେସନ) (ସୂଚନା ଅଧିକାର) ଆଇନ ରହିଛି। ମାତ୍ର କେତେଜଣ ଏହା ଉପରେ ଜାଣନ୍ତି ତାହାର ହିସାବ କାହା ପାଖରେ ନାହିଁ। କିନ୍ତୁ ବିଶ୍ୱାସ ରହିଛି RTI ର ବହୁଳ ବ୍ୟବହାର ଅସଜଡା ବିଧି ବ୍ୟବସ୍ଥାକୁ ସୁଧାରି ଦେଇ ପାରିବ। ଏହାକୁ ବ୍ରତ କରି RTI କ୍ଲିନିକ୍ ନାମରେ ଏକ ସଂଗଠନ ଆଗକୁ ଆସିଛି। ପ୍ରତି ବ୍ୟକ୍ତି RTI ମାଗନ୍ତୁ, ପ୍ରତି ବ୍ୟକ୍ତି ନିଜର ହକ୍ ପାଆନ୍ତୁ ବୋଲି ଲୋକଙ୍କୁ ସଚେତନତା କରାଇବା ଲକ୍ଷରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଛି। ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଏକ ଆଲୋଚନା ଚକ୍ର ମାଧ୍ୟମରେ ଯୁବପିଢିଙ୍କୁ ଜାଗ୍ରତ କରିଛନ୍ତି।
ସେ କହିଛନ୍ତି ଲୋକ ସଚେତନ ହେଲେ ପ୍ରଶାସନିକ ବ୍ୟବସ୍ଥା ସ୍ଵଚ୍ଛତା ହୋଇପାରିବେ। ଯାହାକି ଆଜିର ସମୟରେ ପ୍ରତିଟି ବ୍ୟକ୍ତିଙ୍କ ଜାଣିବା ଗୁରୁତ୍ୱପୂର୍ଣ୍ଣ। ସୂଚନା ଅଧିକାର ଦିବସ ଉପଲକ୍ଷେ RTI କ୍ଲିନିକ୍ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। rti କ୍ଲିନିକର ଆବାହକ ମନୋରଞ୍ଜନ ପଣ୍ଡା କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏକ ବିଜ୍ଞ ଓ ସଚେତନ ନାଗରିକତ୍ୱ ସୃଷ୍ଠି ହୋଇପାରିନାହିଁ ସେ ଯାଏ ଏକ ବିକଶିତ ଭାରତର ନିର୍ମାଣ କରିବା ସମ୍ଭବ ନୁହଁ।
ଭାରତରେ ଅକ୍ଟୋବର ୧୨, ୨୦୦୫ ମସିହାରୁ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଆସୁଛି | ଆଜି ଏହାକୁ ୧୯ ବର୍ଷ ପୁରିଛି । ଦେଶର ପ୍ରଶାସନିକ ବ୍ୟବସ୍ଥାକୁ ସ୍ବଚ୍ଛ ଓ ଉତ୍ତରଦାୟୀ କରିବା ଏବଂ ଜନସାଧାରଣଙ୍କୁ ସୂଚନା ଯୋଗାଇଦେବାରେ ଏହି ଆଇନର ଭୂମିକା ବେଶ ଗୁରୁତ୍ୱପୂର୍ଣ ରହିଛି।
ଏହି ଅବସରରେ ଆଜି ସଭିଏଁ ଗୋଟିଏ ଗୋଟିଏ #RTI ଦରଖାସ୍ତ କରିବା ଓ ସରକାରୀ ଦପ୍ତରରୁ ବୃହତ୍ତର ସ୍ୱାର୍ଥ ସାଧନ ହେବାପରି କିଛି ସୂଚନା ମାଗିବା ଏବଂ ସୂଚନା ଅଧିକାର ଆଇନକୁ ଜୀବିତ ରଖିବା ପାଇଁ ଅନୁଷ୍ଠାନ ତରଫରୁ ଏକ ଆହ୍ଵାନ ଦିଆଯାଇଛି।

