ଚର୍ଚ୍ଚାରେ ଶ୍ୱେତା ତିୱାରୀଙ୍କ ଝିଅ ପଲକଙ୍କ ବୋଲ୍ଡ ଅବତାର

ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ଟେଲି ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ । ଖୁବ ଶୀଘ୍ର ପଲକ ବଲିଉଡରେ ହଲଚଲ୍ ଖେଳାଇବାକୁ ଯାଉଛନ୍ତି । ତେବେ ଖାଲି କଥାରେ ନୁହେଁ ବରଂ ନିକଟରେ ଏକ ମ୍ୟୁଜିକ ଭିଡିଓ ଆଲବମରେ ପଲକ ନିଜ ବୋଲ୍ଡ ଅବତାର ଦେଖାଇଛନ୍ତି । ରିଲିଜ୍ ହୋଇଛି ହାର୍ଡି ସାନ୍ଧୁଙ୍କ ସହ ତାଙ୍କ ମ୍ୟୁଜିକ୍ ଭିଡିଓ ଆଲବମ୍ ବିଜଲି ବିଜଲି ।

ଏହି ମ୍ୟୁଜିକ ଭିଡିଓରେ ପଲକଙ୍କର ହଟ୍ ଆଣ୍ଡ ବୋଲ୍ଡ ଅବତାର ଦେଖିବାକୁ ମିଳିଛି । ଏହି ଭିଡିଓ ଆଲବମକୁ ବାଦ୍ ଦେଲେ ଫିଲ୍ମ ରୋଜି – ଦ ସାଫ୍ରନ୍ ଚାପ୍ଟର ଜରିଆରେ ପଲକ ବଲିଉଡରେ ଡେବ୍ୟୁ କରିବେ । ବିବେକ ଓବେରୟଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଅର୍ବାଜ ଖାନ ଓ ତନିଶା ମୁଖାର୍ଜୀ ମଧ୍ୟ ନଜର ଆସିବେ ।

Leave a Reply

Your email address will not be published. Required fields are marked *