ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ପୁଣି ଭାସିଗଲେ ପର୍ଯ୍ୟଟକ । ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ । ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମ ବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ। ଆଜି ସକାଳେ ଉଜ୍ବଳ ପୁରୀ କାମେଲିଆ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ସମୟରେ ଭାସି ଯାଇଥିଲେ। ସେଠାରେ ମୃତୟନ ଥିବା ଲାଇଫ ଗାର୍ଡ ମାନେ ଜେଟ୍ ସ୍କି ମାଧ୍ୟମରେ ଗଭୀର ସମୁଦ୍ର ଭିତରକୁ ଯାଇ ଖୋଜା ଖୋଜି ଜାରୀ ରଖିଛନ୍ତି।
ତେବେ ଏପର୍ଯ୍ୟନ୍ତ ନିଖୋଜ ହୋଇଥିବା ଉଜ୍ବଳଙ୍କ କୋୖଣସି ପତ୍ତା ମିଳିନାହିଁ। ଆଉ ଦିନକ ପରେ ସ୍ନାନ ଯାତ୍ରା ଥିବାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ବଡ଼ଦାଣ୍ଡ ଓ ବେଳାଭୂମିରେ । ତେଣୁ ସମୁଦ୍ରକୂଳରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ନଜର ଦେବା ପାଇଁ ଦାବି ହୋଇଛି।

