ବଢୁଛି ବ୍ଲାକ୍‌ ଫଙ୍ଗସ୍‌ର ଭୟ; ଏହି ରାଜ୍ୟରେ ଆସିଲା ବ୍ଲାକ୍‌ ଫଙ୍ଗସ୍ ହେତୁ ପ୍ରଥମ ମୃତ୍ୟୁ ମାମଲା

Top Storise ଦେଶ- ବିଦେଶ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପ୍ରଥମ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏ ନେଇ ସୋମବାର ରିଷିକେଶ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଡାକ୍ତରଙ୍କ କହିବା ଅନୁଯାୟୀ ଉତ୍ତରାଖଣ୍ଡର ୧୫ କୋଭିଡ୍‌ ରୋଗୀଙ୍କ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍ ସଂକ୍ରମଣ ଦେଖିବାକୁ ମିଳିଛି। ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ କରୋନା ସଂକ୍ରମଣ ସହିତ ଉତ୍ତରାଖଣ୍ଡରେ ବ୍ଲାକ୍‌ ଫଙ୍ଗସର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି।

ଉତ୍ତରାଖଣ୍ଡରେ କ୍ରମାଗତ ଭାବରେ ବ୍ଲାକ୍‌ ଫଙ୍ଗସ୍ ମାମଲା ଆସୁଛି ଏବଂ ବ୍ଲାକ୍‌ ଫଙ୍ଗସ୍ ହେତୁ ପ୍ରଥମ ମୃତ୍ୟୁ ମାମଲା ମଧ୍ୟ ସାମ୍‌ନାକୁ ଆସିଛି।

Leave a Reply

Your email address will not be published. Required fields are marked *