ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ ହେବେ ୩ ଫର୍ମାଟର ଅଧିନାୟକ

Top Storise କ୍ରୀଡ଼ା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ ପାଇଁ ଶନିବାର ଭାରତୀୟ ଦଳର ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ୩ଟି ଯାକ ଫର୍ମାଟର ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଅବସରରେ ଟେଷ୍ଟ ଏବଂ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଉଛି । ଟି୨୦ ସିରିଜ ପାଇଁ ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ୪ ସିନିୟର ଖେଳାଳି ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ଶାହ ଓ ଈଶାନ୍ତ ଶର୍ମାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ରୋହିତ ଭାରତର ୩୫ତମ ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ ।

ଟି୨୦ ସିରିଜ ପାଇଁ ଘୋଷିତ ଟିମ: ରୋହିତ ଶର୍ମା (ଅଧିନାୟକ),ରିତୁରାଜ ଗାଏକ୍ୱାଡ, ଈଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାଶ ଆୟାର, ସଞ୍ଜୁ ସାମସନ, ଭେଙ୍କେଟେଶ ଆୟାର, ରବୀନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, ରବି ବିଶ୍ନୋଇ, କୁଲଦୀପ ଯାଦବ, ଦୀପକ ଚାହର, ଯଶପ୍ରୀତ ବୁମରାହ (ଉପ ଅଧିନାୟକ), ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଆଭେଶ ଖାଁ ।
ଟେଷ୍ଟ ସିରିଜ ପାଇଁ ଘୋଷିତ ଟିମ: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟାଙ୍କ ପାଂଚାଲ, ବିରାଟ କୋହଲି, ଶ୍ରେୟାଶ ଆୟାର, ହନୁମା ବିହାରୀ, ଶୁଭମନ ଗିଲ, ରିଷଭ ପନ୍ତ, କେଏସ ଭାରତ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଜୟନ୍ତ, ସୌରଭ କୁମାର, କୁଲଦୀପ ଯାଦବ, ଯଶପ୍ରୀତ ବୁମରାହ (ଉପ ଅଧିନାୟକ), ମହମ୍ମଦ ସାମି, ଉମେଶ ଯାଦବ, ସିରାଜ ।
କାର୍ଯ୍ୟସୂଚୀ: ଫେବୃୟାରୀ ୨୪: ପ୍ରଥମ ଟି୨୦ (ଲକ୍ଷ୍ନୌ), ଫେବୃୟରୀ ୨୬: ଦ୍ୱିତୀୟ ଟି୨୦ (ଧର୍ମଶାଳା), ଫେବୃୟାରୀ ୨୭: ତୃତୀୟ ଟି୨୦ (ଧର୍ମଶାଳା), ମାର୍ଚ୍ଚ ୪ରୁ ୮: ପ୍ରଥମ ଟେଷ୍ଟ (ମୋହାଲୀ), ମାର୍ଚ୍ଚ ୧୨ରୁ ୧୬: ଦ୍ୱିତୀୟ ଟେଷ୍ଟ (ବାଙ୍ଗାଲୋର) ।

Leave a Reply

Your email address will not be published. Required fields are marked *