ଭାରତରେ ସାମୟିକ ଲକ୍‌ଡାଉନର ଆବଶ୍ୟକ ରହିଛି; Dr Fauci

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଆମେରିକାର ଶୀର୍ଷ ମହାମାରୀ ବିଶେଷଜ୍ଞ ଆନ୍ଥୋନୀ ଫାଉସି କରୋନାଭାଇରସର ବିସ୍ତାରକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ଭାବରେ ଭାରତରେ କିଛି ସପ୍ତାହ ପାଇଁ ଲକ୍‌ଡାଉନ୍‌ କରିବାକୁ ପରାମର୍ଶ ଦେଇଛନ୍ତି। କାରଣ ମାରାତ୍ମକ ଦ୍ୱିତୀୟ ତରଙ୍ଗ ହ୍ରାସ ହେବାର କୌଣସି ଚିହ୍ନ ନାହିଁ ବୋଲି ସେ କହିଛନ୍ତି।

ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଫାଉସି କହିଛନ୍ତି ଯେ ସଙ୍କଟର ମାତ୍ରାକୁ ଦେଖି ଭାରତ ଏକ ଗୋଷ୍ଠୀ ଗଠନ କରିବା ଉଚିତ ଯାହା ମିଳିତ ଭାବେ ଜିନିଷଗୁଡିକ ସଂଗଠିତ ହେବା ଆରମ୍ଭ କରିବ।

“ସେ କହିଛନ୍ତି, ଦେଶକୁ ସାମୟିକ ଭାବେ ଲକ୍‌ଡାଉନ୍‌ କରାଗଲେ ସଂକ୍ରମଣ ହାର ହ୍ରାସ ପାଇପାରେ।, ମୁଁ ଭାବୁଛି ଏହା ଗୁରୁତ୍ୱପୂର୍ଣ୍ଣ। ସେ ଏହା ପରାମର୍ଶ ଦେଇଛନ୍ତି ଯେ,

ଦୁଇ ସପ୍ତାହ ପାଇଁ ତୁରନ୍ତ ଲକଡାଉନ୍ ଲଗାଇବା ଆବଶ୍ୟକ ରହିଛି।
ଚୀନ୍ ପରି ଡାକ୍ତରଖାନାରେ ଜରୁରୀକାଳୀନ ୟୁନିଟ୍ ସ୍ଥାପନ କରିବା ଉଚିତ।
ଏହାସହିତ ଏକ କେନ୍ଦ୍ରୀୟ ସଂଗଠନ ରହିବା ଉଚିତ।

Leave a Reply

Your email address will not be published. Required fields are marked *