ଖେଳ କରିଦେଲା ଭାରତ: ଯୁଦ୍ଧ ମଧ୍ୟରେ ରୁଷଠାରୁ ଶସ୍ତାରେ ତେଲ କିଣି ଆମେରିକାକୁ ମହଙ୍ଗାରେ ବିକ୍ରି କଲା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱ ଉପରେ ଗମ୍ଭୀର ଭାବେ ପ୍ରଭାବ ପକାଇଛି। ଯୁଦ୍ଧ ଆରମ୍ଭରୁ ଆମେରିକା ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ଋଷ ଉପରେ ଅନେକ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ। ତେବେ ଏହି ପ୍ରତିବନ୍ଧକ କାରଣରୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏହାରି ମଧ୍ୟରେ ଭାରତ ଏକ ବଡ଼ ଖେଳ କରିଦେଇଛି। ଭାରତ ଆମେରିକାକୁ ଭାକ୍ୟୁମ୍ ଗ୍ୟାସ୍‌ଅଏଲ୍‌(VGO) ରପ୍ତାନୀ କରୁଛି। ଯାହା ଭାରତକୁ ଲାଭ ମଧ୍ୟ ଆଣି ଦେଉଛି। କୁହାଯାଉଛି ଯେ, ଏହି ଭିଜିଓ ଭାରତ ଋଷଠାରୁ ଶସ୍ତାରେ କିଣି ଚଡ଼ା ଦରରେ ଆମେରିକାକୁ ବିକ୍ରି କରୁଛି।

ୟୁକ୍ରେନ ଉପରେ ଋଷ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଭାରତ ରୁଷଠାରୁ ପୂର୍ବ ଅପେକ୍ଷା ଅଧିକ ଅଶୋଧିତ ତୈଳ କ୍ରୟ କରୁଛି ଏବଂ ଅଧିକ ମାର୍ଜିନରେ ପାଶ୍ଚାତ୍ୟ ଦେଶକୁ ରପ୍ତାନି କରୁଛି। ସର୍ବଶେଷ ସୂଚନା ଅନୁଯାୟୀ, ବିଶ୍ୱର ତଳ ବ୍ୟବସାୟୀ – ଭିଟୋଲ୍ ଏବଂ ଟ୍ରାଫିଗୁରା ଭାରତୀୟ ରିଫାଇନର୍ ନାଇରା ଏନର୍ଜିରୁ ଗୋଟିଏ କାର୍ଗୋ କିଣିଛନ୍ତି। ଏହି VGO ର ବ୍ୟାରେଲ୍ ପିଛା ମୂଲ୍ୟ ୧୦ ରୁ ୧୫ ଡଲାର ଦାମରେ କିଣିଥବା ସୂତ୍ରରୁ ଜଣା ପଡିଛି। ଏହି ହାରରେ ଡିସେମ୍ବର ମାସରେ ଭାରତର ଭାଡିନାର ବନ୍ଦରରୁ ମାଲ ପରିବହନ ହେଉଥିବା ଆମେରିକା କିମ୍ବା ୟୁରୋପକୁ ଯିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ। ଏହାପୂର୍ବରୁ ଆଫ୍ରାମାକ୍ସ ଟ୍ୟାଙ୍କର୍ ସାଂଘାଇ ଡନ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଜାମନଗର ବନ୍ଦରରୁ ଅତି କମରେ ୮୦,୦୦୦ ଟନ୍ VGO ଲୋଡ୍ କରିଥିଲା, ଯାହା ଅକ୍ଟୋବର ଶେଷରୁ ନଭେମ୍ବର ଆରମ୍ଭରେ ଆମେରିକାରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *