ଭାରତୀୟ ଷ୍ଟକ୍ ମାର୍କେଟର ‘ବିଗ୍ ବୁଲ୍’ ରାକେଶ ଝୁଞ୍ଜୁନୱାଲାଙ୍କ ୬୨ ବର୍ଷ ବୟସରେ ଦେହାନ୍ତ

Top Storise ଦେଶ- ବିଦେଶ

ମୁମ୍ବାଇ: ଭେଟେରାନ ନିବେଶକ ରାକେଶ ଝୁଞ୍ଜୁନୱାଲାଙ୍କର ୬୨ ବର୍ଷ ବୟସରେ ରବିବାର ସକାଳେ ଦେହାନ୍ତ ହୋଇଛି। ସେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୨-୩ ସପ୍ତାହ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା, ଭେଟେରାନ ବ୍ୟବସାୟୀ ଝୁଞ୍ଜୁନୱାଲାଙ୍କ ମୃତ୍ୟୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲ ଦ୍ୱାରା ନିଶ୍ଚିତ ହୋଇଛି, ତାଙ୍କୁ ଆଜି ସକାଳ ୬.୪୫ ରେ ଡାକ୍ତରଖାନାକୁ ଅଣାଯାଇଥିଲା।

ରାକେଶ ଝୁଞ୍ଜୁନୱାଲାଙ୍କୁ ଭାରତର ୱାରେନ୍ ବଫେଟ୍ କୁହାଯାଏ। ସେୟାର ମାର୍କେଟ୍ ରେ ଟଙ୍କା ରୋଜଗାର କରିବା ପରେ ରାକେଶ ଏୟାର ଲାଇନ୍ ସେକ୍ଟରରେ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରି ସାରିଛନ୍ତି । ଗତ ୭ ଅଗଷ୍ଟରେ ସେ ତାଙ୍କର ଏୟାର ଲାଇନ୍ ଆକାଶର ସେବା ଆରମ୍ଭ କରିଥିଲେ । ଷ୍ଟକ ମାର୍କେଟ୍ ରେ ନିବେଶ କରୁଥିବା ରାକେଶଙ୍କ ପାଖରେ ଆଜି ହଜାର କୋଟିର ସମ୍ପତ୍ତି ରହିଛି । ସେ ତାଙ୍କର ଯାତ୍ରା ମାତ୍ର ୫ହଜାର ଟଙ୍କାରୁ ଆରମ୍ଭ କରିଥିଲେ ।

ଭାରତର ୱାରେନ୍ ବଫେଟ୍ କୁହାଯାଉଥିବା ରାକେଶ ଝୁଞ୍ଜୁନୱାଲାଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ଷ୍ଟକ୍ ମାର୍କେଟ୍ । ଝୁଞ୍ଜୁନୱାଲାଙ୍କ ଏହି ସଫଳତାର କାହାଣୀ ମାତ୍ର ପାଞ୍ଚ ହଜାର ଟଙ୍କା ସହିତ ଆରମ୍ଭ ହୋଇଥିଲା । ଆଜି ତାଙ୍କର ନିଟ୍ ମୂଲ୍ୟ ପ୍ରାୟ ୪୦ ହଜାର କୋଟି ଅଟେ। ଏହି ସଫଳତା ହେତୁ ଝୁଞ୍ଜୁନୱାଲାଙ୍କୁ ଭାରତୀୟ ଷ୍ଟକ୍ ମାର୍କେଟର ‘ବିଗ୍ ବୁଲ୍’ ଏବଂ ଭାରତର ୱାରେନ୍ ବଫେଟ୍ କୁହାଯାଏ।

Leave a Reply

Your email address will not be published. Required fields are marked *