ଅଷ୍ଟ୍ରେଲିଆକୁ ଝଟକା ଦେଲା ଭାରତର ପେସ ଆଟାକ: ୧୮୮ ରନରେ ଅଲଆଉଟ କଙ୍ଗାରୁ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଉପରେ ଭାରି ପଡିଛି ଭାରତୀୟ ବୋଲିଂ ସେନା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଧୂଆଁଧାର ଆରମ୍ଭ କରିଛି ଟିମ ଇଣ୍ଡିଆ । ଦୁଇ ପେସ ବୋଲର ମହମ୍ମଦ ଶାମୀ ଏବଂ ମହମ୍ମଦ ସିରାଜଙ୍କ ଦମଦାର ବୋଲିଂ ଅଷ୍ଟ୍ରେଲିଆକୁ ଝଟକା ଦେଇଛି । ମାତ୍ର ୧୮୮ ରନରେ ପାଭିଲିୟନ ଫେରିଛି ସାରା ଅଷ୍ଟ୍ରେଲିଆ ଟିମ । ଭାରତର ଦ୍ରୁତ ବୋଲରଙ୍କୁ ସାମନା କରିବାରେ ଫେଳ ମାରିଛି ସ୍ମିଥ ସେନା । ତେବେ ଭାରତକୁ ବିଜୟ ପାଇଁ ବର୍ତ୍ତମାନ ୧୮୯ ରନର ଲକ୍ଷ୍ୟ ମିଳିଛି ।

ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି । ମହମ୍ମଦ ଶାମୀ ଏବଂ ସିରାଜଙ୍କ ଘାତକ ବୋଲିଂକୁ ସାମନା କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛି ଅଷ୍ଟ୍ରେଲିଆ ଟିମ୍ । ଫଳରେ ମାତ୍ର ୧୮୮ ରନରେ ଅଲଆଉଟ ହୋଇଛି ଅଷ୍ଟ୍ରେଲିଆ ଦଳ । ତେବେ ଭାରତ ପକ୍ଷରୁ ସିରାଜ ଏବଂ ଶାମୀଙ୍କୁ ୩ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ସେହିପରି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୨ଟି ଅକ୍ତିଆର କରିଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଶିକାର କରିଛନ୍ତି । ଶାମୀ ୬ ଓଭରରେ ମାତ୍ର ୧୭ ରନ ଦେଇ ଅଷ୍ଟ୍ରେଲିଆର ମଧ୍ୟକ୍ରମକୁ ଧୂଳିସାତ କରିଦେଇଛନ୍ତି । ଦଳର ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ, କ୍ୟାମରନ ଗ୍ରୀନ ଏବଂ ଜୋସ ଇଂଲିସଙ୍କୁ ପାଭିଲିୟନର ରାସ୍ତା ଦେଖାଇ ଏକ ବଡ ସ୍କୋର କରିବାରୁ ଅଟକାଇଥିଲେ ଶାମୀ । ଅନ୍ୟ ପକ୍ଷରେ ସିରାଜ ଝଡକୁ ମଧ୍ୟ ଓପନର ଟ୍ରାଭିସ ହେଡଙ୍କ ସହିତ ଅଷ୍ଟ୍ରେଲିଆର ଟେଲ୍ ଏଣ୍ଡରସ ସାମନା କରିପାରି ନଥିଲେ ।

Leave a Reply

Your email address will not be published. Required fields are marked *